ମତଦାନ ବେଳେ ଭୋଟରଙ୍କ ପ୍ରତିକ୍ରିୟା, କହିଲେ ମୋଦିଙ୍କ ଭଳି ଦରକାର ନେତା

ବ୍ରହ୍ମୁପୁର : ଚାଲିଛି ଗଣତନ୍ତ୍ରର ମହାପର୍ବ । ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର । ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ବେଳେ ଛତ୍ରପୁରର କିଛି ବୁଥକୁ ସଖି ବୁଥ ଭାବେ ନାମିତ କରାଯାଇଛି । ଗତ ନିର୍ବାଚନରେ ପିଙ୍କ ବୁଥ ହୋଇଥିବା ବେଳେ ଚଳିତ ନିର୍ବାଚନରେ ନାମ ବଦଳି ହୋଇ ସଖି ବୁଥ କରାଯାଇଛି । ବୁଥରେ ସମସ୍ତ କର୍ମଚାରୀ ମହିଳା ଥିବା ସୂଚନା ରହିଛି । ତେବେ ସକାଳୁ ଭୋଟିଂ ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । କିଛି ଭୋଟର ନିଜ ପ୍ରତିକ୍ରିୟା ରେ ପରିବର୍ତ୍ତନ ର କଥା କହିଥିବା ବେଳେ ମହିଳା ଭୋଟର ମାନେ କହିଥିଲେ ଆମକୁ ମୋଦି ଦରକାର ।
ଅଧିକ ପଢନ୍ତୁ : ପ୍ରଥମ ପର୍ଯ୍ୟାୟ ମତଦାନ; 11.30 ସୁଦ୍ଧା ୨୩.୨୮ % ମତଦାନ
ଦେଶରେ ପରିବର୍ତ୍ତନ ଆସିବାକୁ ହେଲେ ପ୍ରଧାନମନ୍ତ୍ରୀଙ୍କ ଭଳି ନେତା ନିହାତି ଦରକାର । ଆଉ ଏଥିପାଇଁ ଅଧିକ ମାତ୍ରାରେ ଭୋଟ ବିଜେପି ସରକାରଙ୍କୁ ଦେବା ନିହାତି ଆବଶ୍ୟକ । ଏପରି ସରକାର ଆସିବା ଦରକାର ଯିଏ ଲୋକମାନଙ୍କ ପାଖରେ ସବୁ ସମୟରେ ଛିଡା ହୋଇ ପାରୁଥିବା । ତେବେ ଭୋଟିଂ ପୋଲରେ ଅନେକ ଭୋଟର ବିଜେପିକୁ ସମର୍ଥନ କରୁଥିବା ଏବଂ ମୋଦିଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।