ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର: ବିଜେପି
·2 years ago

ଅର୍ଗସ ବ୍ୟୁରୋ: ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଲା ବିଜେପି। ରତ୍ନଭଣ୍ଡାର ଖୋଲିବା ଦାୟିତ୍ଵ ରାଜ୍ୟ ସରକାରଙ୍କର। କେବଳ ସୁପାରିଶ କରିବା କ୍ଷମତା ଗଜପତିଙ୍କର ରହିଛି । ୧୯୫୨ ମସିହାରେ ସ୍ଵତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କଠାରୁ କ୍ଷମତା ନେଇଗଲେ।
ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ସମ୍ପୂର୍ଣ୍ଣ ସରକାରଙ୍କର। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ସରକାର। ରାଜ୍ୟ ସରକାର ଯଥା ଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନକଲେ ଖୁବଶୀଘ୍ର ପୁଣି ହାଇକୋର୍ଟରେ ଅଦାଲତ ଅବମାନନା କେସ ଫାଇଲ କରିବ ବିଜେପି। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: