Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମନ୍ଥର ଗତିରେ ଶ୍ରୀମନ୍ଦିର ଦୋଳବେଦୀ ପୁନରୁଦ୍ଧାର କାମ

Odisha

ମନ୍ଥର ଗତିରେ ଶ୍ରୀମନ୍ଦିର ଦୋଳବେଦୀ ପୁନରୁଦ୍ଧାର କାମ

Ritu Das
Browse all articles by Ritu Das
·2 years ago·1 min read
ମନ୍ଥର ଗତିରେ ଶ୍ରୀମନ୍ଦିର ଦୋଳବେଦୀ ପୁନରୁଦ୍ଧାର କାମ

ଅର୍ଗସ ବ୍ୟୁରୋ: ସମୟ ପୂର୍ବରୁ ସରିଯିବ ତ ଶ୍ରୀମନ୍ଦିର ଦୋଳବେଦୀର ନବକଳେବର ? । ରଙ୍ଗ ଆଉ ଚୂନ ପଲସ୍ତରା ଭିତରେ ସମ୍ପୂର୍ଣ୍ଣ ଲୁଚି ଯାଇଛି ପ୍ରାଚୀନ କୀର୍ତ୍ତିରାଜି। ଦୋଳବେଦୀ ପୁନରୁଦ୍ଧାର ଚାଲିଥିବାବେଳେ ଧୀମା କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ। ଆଗକୁ ଆସୁଛି ଦୋଳ ପୂର୍ଣ୍ଣିମା । ହାତରେ ମାତ୍ର ଆଉ କେଇଟା ଦିନ। ଏଥିପାଇଁ ଶ୍ରୀମନ୍ଦିର ଦୋଳବେଦୀର ଚାଲିଛି ନବକଳେବର। ଚତୁଃପାର୍ଶ୍ବ କାନ୍ଥରେ ଧୂଳିର ମୋଟା ଆସ୍ତରଣ ବସିଯାଇଥିବାବେଳେ ମୂର୍ତ୍ତିରାଜିକୁ ଦିଆଯାଉଛି ନୂଆ ଜୀବନ । ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ନିଖୁଣ ଭାବେ ସଫେଇ କରାଯାଉଛି । ହେଲେ ଏବେ ଦୋଳବେଦୀର ଧୀମା କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ। 

କାହିଁକି ନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଦୋଳ ବେଦୀର ଉନ୍ନତୀକରଣ କାର୍ଯ୍ୟ ଏକସଙ୍ଗେ ଆରମ୍ଭ ହୋଇଥିଲା । ହେଲେ ଦୋଳବେଦୀର କାର୍ଯ୍ୟ ସରିପାରିନଥିଲା। ଫଗୁ ଦଶମୀ ପୂର୍ବରୁ ଦୋଳବେଦୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ। ସେପଟେ କାମ ଦ୍ରୁତଗତିରେ ଚାଲିଥିବା କହିଛନ୍ତି ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ର। 

ସେପଟେ ପୂର୍ବାପେକ୍ଷା ଦୋଳବେଦୀ ସଙ୍କୁଚିତ ହୋଇଥିବା କହିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ଏହାକୁ ସଂସ୍କାର କରାଯିବ ନା ପୁନଃପ୍ରତିଷ୍ଠା କରାଯିବ ସେନେଇ ଦ୍ବନ୍ଦ ଲାଗି ରହିଛି । ଏହି ପ୍ରାଚୀନ ଐତିହ୍ୟ କୀର୍ତିରାଜିକୁ ଅକ୍ଷୁର୍ଣ୍ଣ ରଖି ପାହାଚରେ ଖଣ୍ଡୋଲାଇଟ ପଥର ଯୋଡ଼େଇ କରାଯାଉଛି। ବର୍ଷା ପାଣି ନରହିବା ଲାଗି ସ୍ଲୋପିଂ ସଦୃଶ ପଥର ଗୁଡ଼ିକୁ ଖଞ୍ଜାଯାଇଛି। ସେପଟେ ଆସନ୍ତା ୧୯ ତାରିଖ ପୂର୍ବରୁ ଦୋଳବେଦୀ ପୁନରୁଦ୍ଧାର କାର୍ଯ୍ୟ ସରିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ଥିବା ଅତରିକ୍ତ ମୁଖ୍ୟ ପ୍ରଶାସକ। ପରିକ୍ରମା ପ୍ରକଳ୍ପ କାମ ଯୋଗୁଁ ଐତିହ୍ୟ ଅସ୍ଥିତ୍ବ ହରାଇଥିବା ଦୋଳବେଦୀ ନିଜସ୍ବ ପରିଚୟ ପାଇବ ତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The restoration of the puri | Argus News