Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୋଳ ପୂର୍ଣ୍ଣିମା ପୂର୍ବରୁ ଶେଷ ହୋଇଯିବ ତ କାର୍ଯ୍ୟ ?

Odisha

ଦୋଳ ପୂର୍ଣ୍ଣିମା ପୂର୍ବରୁ ଶେଷ ହୋଇଯିବ ତ କାର୍ଯ୍ୟ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୋଳ ପୂର୍ଣ୍ଣିମା ପୂର୍ବରୁ ଶେଷ ହୋଇଯିବ ତ କାର୍ଯ୍ୟ ?

ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ଦୋଳ ପୂର୍ଣ୍ଣିମା । ହାତରେ ମାତ୍ର ଆଉ କେଇଟା ଦିନ । ଏଥିପାଇଁ ଶ୍ରୀମନ୍ଦିର ଦୋଳବେଦୀର ଚାଲିଛି ନବକଳେବର। ଚତୁଃପାର୍ଶ୍ବ କାନ୍ଥରେ ଧୂଳିର ମୋଟା ଆସ୍ତରଣ ବସିଯାଇଥିବାବେଳେ ମୂର୍ତ୍ତିରାଜିକୁ ଦିଆଯାଉଛି ନୂଆ ଜୀବନ । ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ନିଖୁଣ ଭାବେ ସଫେଇ କରାଯାଉଛି । ହେଲେ ଏବେ ଦୋଳବେଦୀର ଧୀମା କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନ । କାହିଁକି ନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଦୋଳ ବେଦୀର ଉନ୍ନତୀକରଣ କାର୍ଯ୍ୟ ଏକସଙ୍ଗେ ଆରମ୍ଭ ହୋଇଥିଲା । ହେଲେ ଦୋଳବେଦୀର କାର୍ଯ୍ୟ ସରିପାରିନଥିଲା । ଫଗୁ ଦଶମୀ ପୂର୍ବରୁ ଦୋଳବେଦୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ସେପଟେ କାମ ଦ୍ରୁତଗତିରେ ଚାଲିଥିବା କହିଛନ୍ତି ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ର ।

ସେପଟେ ପୂର୍ବାପେକ୍ଷା ଦୋଳବେଦୀ ସଙ୍କୁଚିତ ହୋଇଥିବା କହିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର । ଏହାକୁ ସଂସ୍କାର କରାଯିବ ନା ପୁନଃପ୍ରତିଷ୍ଠା କରାଯିବ ସେନେଇ ଦ୍ବନ୍ଦ ଲାଗି ରହିଛି । ଏହି ପ୍ରାଚୀନ ଐତିହ୍ୟ କୀର୍ତିରାଜିକୁ ଅକ୍ଷୁର୍ଣ୍ଣ ରଖି ପାହାଚରେ ଖଣ୍ଡୋଲାଇଟ ପଥର ଯୋଡ଼େଇ କରାଯାଉଛି। ବର୍ଷା ପାଣି ନରହିବା ଲାଗି ସ୍ଲୋପିଂ ସଦୃଶ ପଥର ଗୁଡ଼ିକୁ ଖଞ୍ଜାଯାଇଛି । ସେପଟେ ଆସନ୍ତା ୧୯ ତାରିଖ ପୂର୍ବରୁ ଦୋଳବେଦୀ ପୁନରୁଦ୍ଧାର କାର୍ଯ୍ୟ ସରିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ଥିବା ଅତରିକ୍ତ ମୁଖ୍ୟ ପ୍ରଶାସକ । ପରିକ୍ରମା ପ୍ରକଳ୍ପ କାମ ଯୋଗୁଁ ଐତିହ୍ୟ ଅସ୍ତିତ୍ବ ହରାଇଥିବା ଦୋଳବେଦୀ ନିଜସ୍ବ ପରିଚୟ ପାଇବ ତ ? ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The restoration of the srimandir work is in slow motion | Argus News