Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ତେବେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ,  ତେବେ...

ଅର୍ଗସ ବ୍ୟୁରୋ:  ନିର୍ବାଚନ ବେଳେ ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ ତେବେ ରେଜଲ୍ଟ ଭଲ ହୋଇଥାନ୍ତା ଆମ ସରକାର ଆସିଥାନ୍ତା । ଭି.କେ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ରହିଛି । ନବୀନ ପଟ୍ଟନାୟକ ହାତ ହଲେଇ ଦେଲେ ଭୋଟ । ତେଣୁ ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ ଯିଏ ପ୍ରଚାର କଲେ କେମିତି ହେବ ବୋଲି କହି ତେରେଛା ବାଣ ମାରିଲେ ବିଜେଡିର ବରିଷ୍ଠ ନେତା ନୃସିଂହ ସାହୁ । ପ୍ରତିକ୍ରିୟା ରଖି ନୃସିଂହ କହିଛନ୍ତି ବିଭିନ୍ନ ସ୍ଥାନରେ ଟିକେଟ କୁ ନେଇ ଅସନ୍ତୋଷ ଥିଲା । ରାଜ୍ୟ ସ୍ତରୀୟ ଫ୍ୟାକ୍ଟର ତାହା ନ ହେଲେ ବି କିଛି ସିଟ ଟିକେଟ ଅସନ୍ତୋଷ ପାଇଁ ଆମ ହାତରୁ ଚାଲି ଯାଇଛି । ଏଇଭଳି ବିଭିନ୍ନ କାରଣ ପାଇଁ ବିଜେଡି ତାର ନିର୍ବାଚନୀ ପ୍ରଦର୍ଶନ ବହୁତ ଖରାପ କରିଛି । ଆଉ ଲୋକ ପରିବର୍ତ୍ତନ ଚାହୁଁଥିଲେ ତାର ପ୍ରତିଫଳନ ହୋଇଛି ଏଇ ନିର୍ବାଚନରେ ବୋଲି କହିଛନ୍ତି ନୃସିଂହ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The result would have been better if Naveen had toured all the village | Argus News