Videos
|
Odisha

ବାତ୍ୟା ଦାନାରେ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାତ୍ୟା ଦାନାରେ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବାତ୍ୟା ଦାନାର କ୍ଷୟକ୍ଷତିର ଚୁଡାନ୍ତ ରିପୋର୍ଟ ଦେଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କା କ୍ଷତି ହୋଇଛି । ୧୪ ଜିଲ୍ଲା ୧୬୬ ବ୍ଲକ ଭିତରୁ ୧୩୧ ପ୍ରଭାବିତ ହୋଇଥିଲା । ୧୧ହଜାର ୬୩୭ ଗାଁ ପ୍ରଭାବିତ ହୋଇଥିଲେ । ୪୧ ଲକ୍ଷ ୪ ହଜାର ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ 23 କୋଟି 73 ଲକ୍ଷ 76 ହାଜର ଟଙ୍କା ଖର୍ଚ୍ଚ ହୋଇଛି ।

ଅଧିକ ପଢନ୍ତୁ : ଦାନା' ଉଜାଡିଦେଲା ୬୦୦ କୋଟିର ସଂପତ୍ତି

ମୋଟ 616 କୋଟି 19 ଲକ୍ଷ 30 ହାଜର ଟଙ୍କା କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲା ଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: