Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପ୍ରଶ୍ନ ଉଠାଇ ପୂର୍ବ ବିଜେଡ଼ି ସରକାରର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ

Odisha

ପ୍ରଶ୍ନ ଉଠାଇ ପୂର୍ବ ବିଜେଡ଼ି ସରକାରର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
ପ୍ରଶ୍ନ ଉଠାଇ ପୂର୍ବ ବିଜେଡ଼ି ସରକାରର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ

Key Points

  • କାହିଁକି ଏବେ ବି ଚାଳ ଘରେ ରହୁଛନ୍ତି ଲକ୍ଷ ଲକ୍ଷ ଗରିବ ଓଡ଼ିଆ ?
  • ପ୍ରଶ୍ନ ଉଠାଇ ପୂର୍ବ ବିଜେଡ଼ି ସରକାରର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ
  • ବାତ୍ୟା 'ଦାନା' ଖୋଲିଦେଲା ପକ୍କା ଘରର ସତ
  • ସୁରକ୍ଷିତ ଆବାସ ନଥିବାରୁ ସ୍ଥାନାନ୍ତରିତ ହେଲେ ୮ ଲକ୍ଷ ୧୦ ହଜାର ଲୋକ
  • କେତେ ଘର ଭାଙ୍ଗିଲା ଆକଳନ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ?
  • ପୂର୍ବ ବିଜେଡ଼ି ସରକାର ତାଲିକା ଦେଇ ନପାରିବାରୁ ଫେରିଯାଇଛି ୬ ଲକ୍ଷ ୫୭ ହଜାର ଘର
  •  ଯାହାର ଦୁର୍ଦ୍ଦଶା ପ୍ରତି ବର୍ଷ ଭୋଗୁଛନ୍ତି ଗରିବ ଲୋକ
  • ଦଳୀୟ ଆଧାରରେ ଆବାସ ବଣ୍ଟା ଯିବା ନେଇ ଆସିଥିଲା ବଡ଼ ଅଭିଯୋଗ

ଅର୍ଗସ ବ୍ୟୁରୋ :  ଏ ହେଉଛି ବାତ୍ୟା ପ୍ରଭାବିତ ଉଦଳା ବ୍ଲକ ରାଢୋ ପଞ୍ଚାୟତର ଦାଢ଼ିଆସାହି, ନୂଆ ସାହି, ଟୁଲଖାଣିଆ ଗାଁର ଦୃଶ୍ୟ । ଚାଲିଗଲା ବାତ୍ୟା ଦାନା । ବାତ୍ୟା ଆଶ୍ରୟସ୍ଥଳୀ ଛାଡ଼ି ନିଜ ନିଜ ଘରକୁ ଫେରିଛନ୍ତି ଲୋକେ । କିଏ ଘର ଛପର ଉପରୁ ଉଡି ଯାଇଥିବା ପଲିଥିନ ସଜାଡୁଛି... ତ ଆଉ କିଏ ଘରେ କାଦୁଅ ଭିତରୁ ଜିନିଷ ପତ୍ର ଖୋଜିବାରେ ଲାଗିଛି । ପୁଣି କିଏ ନିଜ ଘରକୁ ଫେରିବା ପରେ ବର୍ଷା ପାଣିରେ ଭାଙ୍ଗି ପଡ଼ିଥିବା ଘର କାନ୍ଥକୁ ଦେଖି ନିଜ ଆଖିର ଲୁହକୁ ଅଟକାଇ ପାରୁନାହାନ୍ତି । ତଥାପି ନିଜ ଚାଳ ଛପର ଘରକୁ ପୁଣି ଅଣ୍ଟା ସଳଖି ଛିଡା କରିବେ ଲାଗିପଡିଛନ୍ତି ସମସ୍ତେ ।

ଅଧିକ ପଢନ୍ତୁ : ଆକାଶ ମାର୍ଗରୁ ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଏହି ନୁଆଁଣିଆ  ଚାଳ ଘର ହିଁ ତାଙ୍କ ଭାଗ୍ୟର ଆଶ୍ରା । କାରଣ ପୂର୍ବ ବିଜେଡ଼ି ସରକାର ବେଳେ ପ୍ରଶାସନର ପକ୍କା ଦୁଆରେ ବାରମ୍ବାର ମୁଣ୍ଡ ପିଟିଲେ ବି ଆଜି ଯାଏଁ ତାଙ୍କୁ ଆବାସ ମିଳି ନାହିଁ । ଯେଉଁଥିପାଇଁ ଯେତେବେଳେ ବି ବାତ୍ୟା କି ବନ୍ୟା ଭଳି ବିପର୍ଯ୍ୟୟ ଆସେ, ନିଜ ମାଟି ଘରକୁ ଛାଡି ଆଉ କାହା କୋଠା ଘରେ ନହେଲେ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜନ୍ତି ଏହି ତିନି ଗାଁର ଲୋକ । ତେବେ ଏ ତ ଭାତ ହାଣ୍ଡିରୁ କେତୋଟି ମାତ୍ର । ପ୍ରକୃତରେ ଗରିବ ଓଡ଼ିଶାଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର । ମୋଦି ନାଁ ନେଇଯିବେ, ସେଥିପାଇଁ ଗରିବଙ୍କୁ ଘର ଦେଉନଥିଲେ ବିଜେଡି ସରକାର । ଏ ସମ୍ପର୍କରେ ଗତ ଜୁଲାଇ ମାସରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରଖିଥିବା ଉତ୍ତର ଖୋଲିଥିଲା ବିଜେଡି ସରକାରର ପୋଲ । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନଦେବାରୁ ୨୦୧୬ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାତ୍ୟା କ୍ଷୟ କ୍ଷତି ସମୀକ୍ଷା ବେଳେ କଚ୍ଚା ଘର ଭାଙ୍ଗିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ କାହିଁକି ଲୋକ ପାଉ ନାହାନ୍ତି ପକ୍କା ଘର ? କେତେ ଲୋକ କଚ୍ଚା ଘରେ ରହୁଛନ୍ତି ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ ଜିଲ୍ଲାପାଳ । ଖୁବଶୀଘ୍ର ଆଉ ଥରେ ସର୍ଭେ କରାଯିବା ସହ କେନ୍ଦ୍ରକୁ ରିପୋର୍ଟ ପଠାଯିବ । ଆଗରୁ କରାଯାଇଥିବା ସର୍ଭେ ଭୁଲ ଥିଲା ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ପକ୍କା ଘର ନଥିବାରୁ ଏଥର ବାତ୍ୟା ବେଳେ ୮ ଲକ୍ଷ ୧୦ ହାଜର ୮୯୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ସରକାର । ବାତ୍ୟାରେ 5839 ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ତେବେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ ସରକାର ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି ମନ୍ତ୍ରୀ । 

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଆଜି ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳ ପାଇଁ 28 ଲକ୍ଷ 49 ହାଜର 889 ପିଏମ ଆବାସ ପକ୍କା ଘର ଦେବା ଲାଗି ଟାର୍ଗେଟ ରହିଛି । 28 ଲକ୍ଷ 47 ହାଜର 47 ଜଣ ହିତାଧିକାରୀ ଘର ପାଇବା ପାଇଁ ଆବେଦନ କରିଛନ୍ତି । ତେବେ ଏବେ ସୁଦ୍ଧା ଓଡ଼ିଶା ପାଇଁ 28 ଲକ୍ଷ 16 ହାଜର 492 ପକ୍କା ଘର ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରୁ 28 ଲକ୍ଷ 38 ହାଜର 225 ଘରର ଜିଓ ଟ୍ୟାଗ ହୋଇ ହୋଇଥିବା ବେଳେ 22 ଲକ୍ଷ 92 ହାଜର 974 ଘର ନିର୍ମାଣ ସଂପୂର୍ଣ୍ଣ ହୋଇଛି ।


 

Argus Whatsapp Channel Mobile Top
Sponsored
The revenue minister opened the polls of the former Bjd government by raising questions | Argus News