Videos
|
Odisha

ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ

Rashmita Mishra
Browse all articles by Rashmita Mishra
·2 years ago·1 min read
ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ

ଅର୍ଗସ ବ୍ୟୁରୋ: ଭକ୍ତଙ୍କ ଭାବାବେଗ ସହ ଖେଳ । ବିଜେଡି ସରକାରବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ବୁଲାଇ ସଂଗ୍ରୁହୀତ ଚାଉଳ ଏବେ ଖତ ଖାଉଛି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଚାଉଳ ପଠାଇଥିଲେ ଶ୍ରଦ୍ଧାଳୁ । ହେଲେ ଚାଉଳ ମହାପ୍ରସାଦରେ ଲାଗିବ କଣ ପଡି ରହି ପୋକ ଲାଗି ନଷ୍ଟ ହେବାରେ ଲାଗିଛି । ଏବେ ବସ୍ତାରେ ପ୍ୟାକ୍ ହୋଇଥିବା ଅର୍ପଣ ଚାଉଳକୁ ମିଲକୁ ନିଆଯାଇଛି । ପ୍ରାୟ 10 ଲକ୍ଷ କୁଇଣ୍ଟାଲ୍ ଚାଉଳ ନଷ୍ଟ ହୋଇଥିବା କଥା ନିକଟରେ ସ୍ପଷ୍ଟୀକରଣ ଦେଇଥିଲେ ସୁଆର ମହାସୁଆର ନିଯୋଗ । ଭୋଟ୍ ପାଇଁ ହୀନ ରାଜନୀତି କରି ମହାପ୍ରଭୁଙ୍କ ନାଁରେ ଭକ୍ତଙ୍କଠୁ ରଥ ବୁଲାଇ ଚାଉଳ ସଂଗ୍ରହ କରିଥିଲା ତତ୍କାଳୀନ ବିଜେଡି ସରକାର । ଆଉ ଅର୍ପଣ ଚାଉଳ ଭକ୍ତଙ୍କଠାରୁ ସଂଗୃହୀତ ହେଲା ସତ । କିନ୍ତୁ ଏହାକୁ କେମିତି ବ୍ୟବହାରଯୋଗ୍ୟ କରାଯିବ, ସେଥିପାଇଁ ବିସ୍ତୃତ ରୋଡମ୍ୟାପ୍ କରାଯାଇନଥିଲା । ଏହି କାରଣରୁ ୬ ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି । ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ ।

ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: