ରାସ୍ତା ପାଲଟିଛି ମରଣଯନ୍ତା

ଅର୍ଗସ ବ୍ୟୁରୋ: କୌଣସି ଦୁର୍ଗମ ଇଲାକାର ରାସ୍ତା ନୁହେଁ । କୋଟପାଡ଼ ବ୍ଲକ ହେଡ଼କ୍ଵାଟର ଠାରୁ ମାତ୍ର 2 କିଲୋମିଟର ଦୂରରେ ଥିବା ଘୁମର ପଞ୍ଚାୟତର ଅଁଳାଭଟା ଗ୍ରାମ ଠାରୁ କୁକୁଡିପଦର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା । ଏ ରାସ୍ତା ନୁହେଁ ତ ମରଣଯନ୍ତା । ବର୍ଷା ଦିନ ହେଲେ ଏହି ରାସ୍ତାରେ ଯିବା ଆସିବା ଭାରି କଷ୍ଟକର ହୋଇପଡ଼େ । କୁନି କୁନି ପିଲାମାନେ କାଦୁଅ ସର ସର ରାସ୍ତାରେ ବିଦ୍ୟାଳୟ ଯାଆନ୍ତି । କିନ୍ତୁ ପ୍ରଶାସନ ସବୁ ଦେଖି ଚୁପ ବସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ରାସ୍ତା ନିର୍ମାଣ ନିମନ୍ତେ ଜନ ପ୍ରତିନିଧୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ବି ଫଳ ଶୂନ l ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ପୂର୍ବ ବିଜେଡି ସରକାର ଅମଳରେ ଖଣ୍ଡିଏ ଭଲ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ । ଏବେ ରାଜ୍ୟରେ ନୁଆ ସରକାର ଆସିବା ପରେ ସରକାର ସେମାନଙ୍କ ସମସ୍ୟା ଦୂର କରିବେ ବୋଲ୍ ଆଶା ରଖିଛନ୍ତି କୁକୁଡିପଦର ଗ୍ରାମବାସୀ । ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ପ୍ରଶାସନ ରାସ୍ତା ନିର୍ମାଣ ପାଇଁ ତତ୍ପରତା ଦେଖାଇ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ କରିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: