Videos
|
Odisha

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଁକୁ ପହଁଚିନି ରାସ୍ତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଁକୁ ପହଁଚିନି ରାସ୍ତା

ଅର୍ଗସ ବ୍ୟୁରୋ:  ଭତ୍ତା ପାଇଁ ଭାରରେ ବୁହା ହେଉଛନ୍ତି ହିତାଧିକାରୀ। ବୃଦ୍ଧବୃଦ୍ଧା ବି ଚାଲି ଚାଲି ଯାଉଛନ୍ତି। ଦିନେ କି ଦୁଇଦିନ ନୁହଁ ପ୍ରତି ମାସରେ ଏଭଳି ଭତ୍ତା ନେବାକୁ ବୁହା ହୋଇ ପଞ୍ଚାୟତକୁ ଆସୁଛନ୍ତି ହିତାଧିକାରୀ। ତାହା ପୁଣି ୮ କିମି ବାଟ ସାଙ୍ଗକୁ ୮ ଟି ବଡବଡ ପାହାଡ ପାର ହୋଇ ଚାଲିଚାଲି ଆସିବାକୁ ପଡୁଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତ ଅନ୍ତର୍ଗତ ଘାଟି ଉପରେ ଥିବା କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି, କଣପାଜୁ ଭଳି ୫ ଖଣ୍ଡ ଗ୍ରାମର ଲୋକେ ଏମିତି ଭାବେ ଯାତାୟତ କରୁଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟରୁ ଏସବୁ ଗାଁର ଦୁରତା ୮ କିଲୋମିଟର। ୮ କିମି ବାଟରେ ରହିଛି ବଡବଡ ୮ଟି ପାହାଡ। ଗାଁ ଲୋକଙ୍କ ରହିଥାଏ ବନ୍ୟ ଜନ୍ତୁଙ୍କ ଭୟ। ତଥାପି ନିଜ ଆବଶ୍ୟକତା କାରଣରୁ ଲୋକେ ଏମିତି ଦୟନୀୟ ଭାବେ ଯାତାୟତ କରିବାକୁ ହେଉଛନ୍ତି ବାଧ୍ୟ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟସେବା କଥା ନ କହିବା ଭଲ। ରାସ୍ତା ପାଇଁ ଗାଁକୁ ଆମ୍ବୁଲାନ୍ସ ହେଉ କି ଦମକଳ ବି ଯାଇ ପାରେନି। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଏମାନଙ୍କ ଭରସା ଥାଏ ଖଟିଆ। ସେହିପରି ଏଠାରେ ମୋବାଇଲ ନେଟଓ୍ବର୍କ ସ୍ବପ୍ନ। ଘଟଣା ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ କହିଛନ୍ତି ରାସ୍ତା ନିର୍ମାଣ ପାଇଁ ୧୨ କୋଟିରୁ ଅଧିକ ଟଙ୍କା ଅନୁଦାନ ଆସିଛି। ଖୁବ ଶୀଘ୍ର ରାସ୍ତା ନିର୍ମାଣ ହେବ।
ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ହୀନସ୍ଥା ହେଉଥିବା ୫ ଖଣ୍ଡ ଆଦିବାସୀ ଗାଁକୁ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The road not reached the village after 75 years of independence. | Argus News