Videos
|
Odisha

ରାସ୍ତା ସୃଷ୍ଟି କରୁଛି ପୋଖରୀର ଭ୍ରମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାସ୍ତା ସୃଷ୍ଟି କରୁଛି ପୋଖରୀର ଭ୍ରମ

ଅର୍ଗସ ବ୍ୟୁରୋ:  ନୂଆପଡା ଜିଲ୍ଲା ସିନାପାଲି ଵ୍ଳକ ଧୀଙ୍ଗିଆମୁଣ୍ଡା ପଞ୍ଚାୟତ ର କଲୋନୀପଡା ଗାଁର । ସ୍ବାଧିନତାକୁ ଵହୁ ଵର୍ଷ ଵିତିଯାଇଥିଲେ ସୁଦ୍ଧା ରାସ୍ତା ସମାସ୍ୟକୁ ନେଇ ଆଜିଵି ହନ୍ତସନ୍ତ ଉପାନ୍ତଵାସି । ରାସ୍ତା ନାଁ ରେ ଛାତିଏ ପାଣିର ଭରାନାଳକୁ ଅତିକ୍ରମ କରୁଛନ୍ତି କଲୋନୀପଡାଵାସୀ । ଗାଁର ଅଧିକାଂଶ ପରିଵାର ପ୍ରତିଦିନ ଯାତାୟତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିଵା ଵେଳେ । ବର୍ଷା ଦିନେ ଏହି ରାସ୍ତା ଶୃଷ୍ଟି କରୁଛି ପୋଖରିର ଭ୍ରମ। ଵର୍ଷର ଵାକି ଦିନରେ କଷ୍ଟେମଷ୍ଟେ ଯିଵାଅସିଵା କରୁଥିଵା ଵେଳେ ଵର୍ଷ ଦିନରେ ଏହି ନାଳକୁ ନେଇ ଅଞ୍ଚଳଵାସୀଙ୍କ ଵଢୁଛି  ଚିନ୍ତା। ବର୍ଷା ପରେ ରାସ୍ତାରେ ଖେଳୁଛି  ଛାତିଏ ଉଚ୍ଚର ପାଣି। ଆଉ ଏହା ଭିତରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ଏହି ନାଳ ଉପରେ ପୋଲ ଟିଏ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଗ୍ରାମଵାସୀ ଵାରମ୍ବାର ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନ ଖାଲି ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଏପଟେ ସିନାପାଲି ବିଡିଓ ଅବିନାଶ ଲାକ୍ରା ଙ୍କୁ ପଚାରିବାରୁ ସମସ୍ୟା ଉପରେ ଅବଗତ ଅଛୁ, କେଉଁ ବିଭାଗ ଦ୍ବରା ହୋଇପାରିବ ବିଚାର କରାଯାଉଛି ବୋଲି କହିଛନ୍ତି l

ଵାରମ୍ବାର ଯୋଜନା ର ମିଛ ମିଛ ପ୍ରହସନ ନାରା ଦେଇ  ଉପାନ୍ତଵାସିଙ୍କୁ ଠକି ଆସିଥିଲେ ପୂର୍ଵ ବିଜେଡି ସରକାର । ଏଵେ ନୂଆ ସରକାର ଆସିଵା ପରେ ସମସ୍ତ ସମସ୍ୟୀ ପୁରଣ ହେଵ ଵୋଲି ଆଶାଵାଦି କଲୋନୀପଡା ଵାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The road of the pond is creating the false | Argus News