ଲଗାଣ ବର୍ଷାରେ ୫ ଫୁଟ ତଳକୁ ଦବିଲା ରାସ୍ତା
·1 year ago

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷାରେ ୫ ଫୁଟ ତଳକୁ ଦବିଲା ରାସ୍ତା । ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ରାସ୍ତା ପାଖରେ ଥିବା ୪ଟି ଘର । ଭୟଭୀତ ସ୍ଥାନୀୟ ଲୋକେ । ଗତକାଲି ରାତି ୮ଟା ସମୟରେ ଭୋଗରାଇ ବ୍ଳକ କୁଳିଦା ଗ୍ରାମର ଶିତଳା ମନ୍ଦିରକୁ ଯିବା ରାସ୍ତା ଧୀରେ ଧୀରେ ଦବୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ l ଆଜି ସକାଳେ ସେହି ରାସ୍ତାଟି ୧୦୦ ମିଟର ଧରି ୫ ଫୁଟ ତଳକୁ ଦବିଯାଇଥିଲା । ଫଳରେ ରାସ୍ତା ପାଖରେ ଥିବା ୪ଟି ଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତୁରନ୍ତ ପ୍ରଶାସନ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: