୬ ମାସ ନପୂରୁଣୁ ବର୍ଷାରେ ଧସିଗଲା ରୋଡ
·1 year ago

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷା ଓ ବନ୍ୟାରେ ଧସିଲା ଆପ୍ରାଚ ରୋଡ଼ । କାମ ସରିବାର 6ମାସ ନପୂରୁଣୁ 4କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ଆପ୍ରୋଚ ରୋଡ଼ ବର୍ଷାରେ ଧସିଯାଇଛି । ବାଙ୍କୀ ଡମପଡା ବ୍ଲକ ବିଲିପଡାଠାରୁ ଗୋପାଳପୁର ରାସ୍ତା ମଝିରେ ଥିବା ପାଇଲୋ ବ୍ରିଜର ରାସ୍ତା ଧସି ଯାଇଥିବା ଦେଖିବାକୁ ମିଳିଛି । ୪ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ଏହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ୬ ମାସ ତଳେ ସରିଥିଲା । ବ୍ରିଜ ନିକଟରୁ ପ୍ରାୟ ୧୫ ଫୁଟ ଲମ୍ବ ପର୍ଯ୍ୟନ୍ତ ଏହି ରାସ୍ତାଟି ଧସିଯାଇଛି । 5T ଅଧୀନରେ ଏହି ବ୍ରିଜ ଓ ରାସ୍ତା ନିର୍ମାଣ କରାଯାଇଥିବା ଫଳକରେ ଉଲ୍ଲେଖ କରାଯାଇଥିବାବେଳେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: