Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡ଼ ଧସି ଜଳମଗ୍ନ ହେଲା ରାସ୍ତା, ବୁଡ଼ିଲା ପୋଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାହାଡ଼ ଧସି ଜଳମଗ୍ନ ହେଲା ରାସ୍ତା, ବୁଡ଼ିଲା ପୋଲ

ଅର୍ଗସ ବ୍ୟୁରୋ:  ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ଜିଲ୍ଲା ଏକ ପ୍ରକାର ବିଚ୍ଛିନ୍ନ ହେବାରେ ଲାଗିଛି । ବଣ୍ଡା ଘାଟିର ମୁଦୁଲିପଡାକୁ ସଂଯୋଗ କରୁଥିବା ରାସ୍ତାରେ ଭୁସ୍କଳନ ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ବଣ୍ଡା ଘାଟିର ଦୁଇଟି ପଂଚାୟତ ।  ଜିଲ୍ଲା କୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ପାଙ୍ଗମ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ପୋଲ ଉପରେ ଜଳ ପ୍ରବାହିତ ହେବାରୁ ଯାତାୟାତ ବନ୍ଦ ହୋଇଯାଇଛି ।

ସେହିପରି କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଠୁ ମୋଟୁ ଓ ଆନ୍ଧ୍ରକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ଓ ଏମ ଭି ୯୬ ପୋଲ ଉପରେ ଜଳ ପ୍ରଭାହିତ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରୁ ପୋଲ ଉପରେ ୩ ଫୁଟ ଉଚ୍ଚ ର ଜଳ ପ୍ରଭାହ ଥିବା ବେଳେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଏହି ଜଳସ୍ତର ଆହୁରି ବଢ଼ିବାରେ ଲାଗିଛି । ସେହିପରି ମାଲକାନଗିରି ରୁ କାଲିମେଳା କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଟେରୁ ପୋଲ ଉପରେ ମଧ୍ୟ ପ୍ରାୟ ୪ଫୁଟ ଉଚ୍ଚତା ର ଜଳ ପ୍ରବାହିତ ହେଉଛି । ଜଳପ୍ରବାହ ଦ୍ବାରା ଯାତାୟାତ ଠପ ହୋଇଯାଇଛି ।

ବର୍ଷା ଜଳ ଘରେ ପଶିଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।  ମାଲକାନଗିରି ପୁରୁଣା ଷ୍ଟେଟ ବ୍ୟାଙ୍କ ସାହି ବା 7 ନମ୍ବର ୱାର୍ଡ ବର୍ଷା ଜଳରେ ବୁଡି ରହିଛି। ଏହାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସଅତିତି ସୃଷ୍ଟି ହୋଇଛି। ଫେଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The road was flooded due to landslides | Argus News