Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଠର ବର୍ଷ ହେବ ହୋଇପାରୁନାହିଁ ସଂଯୋଗୀକରଣ ରାସ୍ତା

Odisha

ଅଠର ବର୍ଷ ହେବ ହୋଇପାରୁନାହିଁ ସଂଯୋଗୀକରଣ ରାସ୍ତା

Arpita Mohanty
Browse all articles by Arpita Mohanty
·2 years ago·1 min read
ଅଠର ବର୍ଷ ହେବ  ହୋଇପାରୁନାହିଁ ସଂଯୋଗୀକରଣ ରାସ୍ତା

ଅର୍ଗସ ବ୍ୟୁରୋ : ବିକାଶର ଜୟଗାନ କରୁଥିବା ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନା ଗମନ ପାଇଁ କେତେ ଯତ୍ନବାନ ତାହା ରାଜଧାନୀ ଉପକଣ୍ଠ ନିଆଳି ନିର୍ବାଚନ ମଣ୍ଡଳୀରୁ ଜଣାଯାଏ। ଦୀର୍ଘ ଅଠର ବର୍ଷ ହେବ ଏଠାରେ ସଂଯୋଗିକରଣ ରାସ୍ତା ହୋଇପାରିନାହିଁ । ଅର୍ଦ୍ଧନିର୍ମିତ ହୋଇ ପଡ଼ି ରହିଛି ପୋଲ। ଏଣୁ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟିଥାଏ। ପ୍ରାୟ ଦଶ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥାନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାତ୍ରୀ ଯାଇଥାନ୍ତି। ଜଗତସିଂହପୁର, ପାରାଦୀପରୁ ଏହି ରାସ୍ତା ନିଆଳି,କାକଟପୁର ଅଞ୍ଚଳକୁ ସଂଯୋଗ କରୁଛି। ବିରାଟ ଖାଲୁଆ ବଙ୍କାଣି ହେତୁ ଭାରିଜାନ ଯାଇପାରୁନଥିବା ବେଳେ ଲୋକେ ବାଇକ୍ ରେ ଗଲେ ଓଲ୍ହେଇକି ଏହି ବ୍ରିଜ ଦେଇ ଯାଇଥାନ୍ତି । ସରକାରଙ୍କ ବିଜୁ ସେତୁ ଯୋଜନାର ଧଜ୍ଜିଆ ଉଡ଼ିଛି।

କେବେ ହେବ ବିକାଶ ? କେବେ ପ୍ରଶାସନ ଅଞ୍ଚଳ ବାସୀଙ୍କ ଦୁଃଖ ଦୂର କରିବ? ଦୀର୍ଘ ଅଠର ବର୍ଷ ବିପଦରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସମସ୍ୟା ଦୂର ହେବ ତ? ଏହି ଭଳି କିଛି ପ୍ରଶ୍ନ ସହିତ ଅଞ୍ଚଳ ବାସି ସିଧା ସିଧା ନିଆଳି ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ମହୋତ୍ସବ କରି ଲକ୍ଷ୍ ଲକ୍ଷ ଟଙ୍କା ଗୀତ ନାଚରେ ଖର୍ଚ୍ଚ କରିବା ଅପେକ୍ଷା ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଲୋକେ କରିଛନ୍ତି ଅନୁରୋଧ । ସ୍କୁଲ ଗାଡ଼ି, ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହି ରାସ୍ତାରେ ଗମନାଗମନ କରିବା ପାଇଁ ବିଶେଷ ଅସୁବିଧା ହେଉଛି।

ପୋଲ କାର୍ଯ୍ୟ ସମୂର୍ଣ୍ଣ ସହ ନିହାତି ସଂଯୋଗୀକରଣ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି। ଅଞ୍ଚଳବାସିଙ୍କ ସମସ୍ୟାକୁ କେତେ ଗୁରୁତର ସହ ନେଇ ସରକାର ତାହାର ସମାଧାନ କରୁଛନ୍ତି ଦେଖିବାକୁ ବାକି ରହିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧକ ପଢ଼ନ୍ତୁ ଓଡ଼ିଶା ଖବର

Argus Whatsapp Channel Mobile Top
Sponsored
road | Argus News