Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳାଙ୍କ ବେକ କାଟି ସୁନା ଲୁଟି ନେଲେ ଦୁର୍ବୃତ୍ତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମହିଳାଙ୍କ ବେକ କାଟି ସୁନା ଲୁଟି ନେଲେ ଦୁର୍ବୃତ୍ତ 

ଭଦ୍ରକ: ମହିଳାଙ୍କ ବେକ କାଟି ସୁନା ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲା ଦୁର୍ବୃତ୍ତ । ଗୁରୁତର ମହିଳାଙ୍କୁ ପ୍ରଥମେ ବାସୁଦେବପୁର, ପରେ ଭଦ୍ରକ ଓ କଟକ ମେଡିକାଲ ରେ ପରିବାର ଲୋକ ଭର୍ତ୍ତି କରିଥିଲେ।  ହେଲେ ଆଜି ମହିଳାଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ବାସୁଦେବପୁର ଥାନା ଶୁକଦେବପୁର ଗାଁରେ । ମୃତ ମହିଳା ସେହି ଗାଁର ରବୀନ୍ଦ୍ର ବେହେରାଙ୍କ ସ୍ତ୍ରୀ ସସ୍ମିତା ବେହେରା । ଦୀର୍ଘ ଦିନ ଧରି ରବୀନ୍ଦ୍ର ବାଙ୍ଗାଲୁରୁ ରେ ରହି କାମ କରୁଥିବାରୁ ସସ୍ମିତା ଓ ତାଙ୍କ ଝିଅଙ୍କ ସହ ସୁକଦେବପୁର ଠାରେ  ରହୁଥିଲେ ।

ଗତକାଲି ବିଳମ୍ବିତ ରାତିରେ ମା ଝିଅ ଘରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମହିଳାଙ୍କ ଗଳା କାଟି ଦେଇଥିଲେ । ଫଳରେ ମହିଳା ଜଣକ ପ୍ରାଣ ବିକଳରେ ବାହାରକୁ ଦଉଡି ପଳାଇ ଆସଥିଲେ । ଦୁର୍ବୃତ୍ତ ଜଣକ ମହିଳାଙ୍କ ଘରେ ଥିବା ସୁନା ରୁପା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇ ଫେରାର ହେଇଯାଇଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର, ଭଦ୍ରକ ପରେ କଟକ ମେଡିକାଲ ରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ଆଜି ମହିଳାଙ୍କ ମୃତ୍ୟୁ ଘଟିଥିଲା । ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The robber cut the woman's neck and robbed her of gold and silver jewelry and cash | Argus News