ମୋବାଇଲ ଲୁଟି ବାଇକରେ ଛୁ ମାରିଲେ ଲୁଟେରା
·2 years ago

ଅର୍ଗସ ବ୍ୟୁରୋ: ଦିନ ଅଧରେ ଲୁଟ ,ପଲସର ବାଇକରେ ଦୁଇ ଲୁଟେରା ଆସି ବାଇକରୁ ପଡି ବେହୋସ ହେବାର ନାଟକ କଲେ ଓ ମୋବାଇଲ ଲୁଟି ବାଇକରେ ଛୁ ମାରିଲେ। ସିସିଟିଭିରେ କଏଦ ହେଲା ଲୁଟ ସମୟର ଦୃଶ୍ୟ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁଖ୍ୟ ବଜାର ଷ୍ଟେଟବ୍ୟାଙ୍କ ନିକଟ ମୁଖ୍ୟ ରାସ୍ତାରେ।
ଆଜି ଜୟ ପ୍ରକାଶ ମେଡ଼ିକାଲ ଷ୍ଟୋରକୁ ଯିବା ସମୟରେ ଦୁଇ ଯୁବକ ଏକ ପଲସର ବାଇକ ଯୋଗେ ଆସି ପଡି ବେହୋସ ହେବା ନାଟକ କରିଥିଲେ ତାଙ୍କୁ ସହଯୋଗ କରିବା ନିମନ୍ତେ କିଛି ଲୋକ ଏକତ୍ରିତ ହୋଇଥିଲେ। ଜୟ ପ୍ରକାଶଙ୍କ ଉପର ପକେଟରେ ମୋବାଇଲ ଫୋନ ଥିବା କାରଣରୁ ଦୁର୍ବୃତ୍ତ ମାନେ ମୋବାଇଲ ମାରି ବାଇକ ଯୋଗେ ଫେରାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
