Videos
|
Odisha

ଟ୍ରକ୍‌ ଚାଳକକୁ ଅପହରଣ କଲେ ଲୁଟେରା, ଲୁଟିନେଲେ ୪୫ଲକ୍ଷ ଟଙ୍କାର ମାଛ

Banajyotshna Ray
Browse all articles by Banajyotshna Ray
·2 years ago
ଟ୍ରକ୍‌ ଚାଳକକୁ ଅପହରଣ କଲେ ଲୁଟେରା,  ଲୁଟିନେଲେ ୪୫ଲକ୍ଷ ଟଙ୍କାର ମାଛ

ଅର୍ଗସ ବ୍ୟୁରୋ: ମାତିଛନ୍ତି ହାଇୱେ ଲୁଟେରା ।  ଟ୍ରକ ଚାଳକକୁ କଟକରୁ ଅପହରଣ କରି ଲୁଟିନେଲେ ୪୫ଲକ୍ଷ ଟଙ୍କାର ମାଛ ।  ଡ୍ରାଇଭରଙ୍କୁ ପିଟାମରା କରି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଦେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ହିସାବରେ ଆନ୍ଧ୍ରପ୍ରଦେଶରୁ ଏକ ମାଛ ଭର୍ତ୍ତି ଟ୍ରକ ମାଲଦା ଜିଲ୍ଲାକୁ ଆସୁଥିଲା। କଟକ ଜିଲ୍ଲା ମଙ୍ଗୁଳି ଟୋଲ ଗେଟ ନିକଟରେ ଟ୍ରକକୁ ପାର୍କିଂ କରି ଶୋଇ ପଡ଼ିଥିଲେ ଡ୍ରାଇଭର ଅମୀର ଖାନ । ଅମୀରଙ୍କୁ ଏକୁଟିଆ ପାଇ ପିଟାମରା କରି ଟ୍ରକ କାବୁ  କରି ନେଇଥିଲେ ଦୁର୍ବୁତ୍ତ । ଗତକାଲି ଦୁର୍ବୁତ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର୍ ଅମୀର । ଘଟଣାସ୍ଥଳରେ ବଡ଼ସାହି ଥାନା ପୋଲିସ ପହଁଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The robbers kidnapped the truck driver, looted fish of 45 million rupees | Argus News