Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୋମା ମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା  

Odisha

ବୋମା ମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା  

Manini Pattanayak
Browse all articles by Manini Pattanayak
·2 years ago
ବୋମା ମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା  

 ଢେଙ୍କନାଳ: ଗୋରୁ ବେପାରୀଙ୍କୁ ଲୁଟେରାଙ୍କ ଟାର୍ଗେଟ୍ । ଢେଙ୍କାନାଳ କାମାକ୍ଷାନଗରର ଜିରାଳ ସାପ୍ତାହିକ ହାଟରେ ବଡ଼ ଧରଣର ଲୁଟ। ୨ ରାଉଣ୍ଡ ଗୁଳି ଚାଳନା ସହିତ ବୋମା ମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏଥିସହ ଗୋରୁ ବେପାରୀଙ୍କ ଗାଡିକୁ ନେଇ ଚମ୍ପଟ ମାରିଛନ୍ତି ।

୫ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ପ୍ରଥମେ ଗାଡ଼ିରେ ବସିଥିବା ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କ ଉପରକୁ ଫାଙ୍କା ଗୁଳି ମାଡ଼ କରିଥିଲେ। ପରେ ଗାଡିକୁ ସିଧାସଳଖ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୁତ୍ତ। ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The robbers looted 14 lakh rupees by throwing a bomb in Dhenkanal | Argus News