Videos
|
Odisha

ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ, ୫ଟି ଫ୍ଲାଟରୁ ଲୁଟି ନେଲେ ଅଧକୋଟି ଟଙ୍କା

Banajyotshna Ray
Browse all articles by Banajyotshna Ray
·2 years ago
ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ, ୫ଟି ଫ୍ଲାଟରୁ ଲୁଟି ନେଲେ ଅଧକୋଟି ଟଙ୍କା

ଅର୍ଗସ ବ୍ୟୁରୋ: ପୁଣି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ୫ଟି ଫ୍ଲାଟରୁ ଲୁଟି ନେଲେ ଅଧକୋଟି ଟଙ୍କା। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ଗଡ଼ଶ୍ରୀରାମପୁରରେ ଥିବା ‘ବର୍ଷା ରିଭେରା’ ଆପାର୍ଟମେଂଟରୁ ହୋଇଛି ସିରିଜ୍ ଲୁଟ୍ । ଲୁଟେରାମାନେ ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ।

ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି । ପୋଲିସ ସିସି କ୍ୟାମେରା ଆଧାରରେ ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ମୁହଁରେ ମାସ୍କ ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି । ବାରମ୍ବାର ଲୁଟ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଲୁଟେରାଙ୍କୁ କାବୁ କରିବାରେ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The robbers targeted the apartment | Argus News