Videos
|
Odisha

ଗାଁ ଦାଣ୍ଡରେ ମହିଳାଙ୍କୁ ଅସଦାଚରଣ ସହ ଘୋଷାଡ଼ି ଘୋଷାଡ଼ି ମାରିଲେ ଦୁର୍ବୃତ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁ ଦାଣ୍ଡରେ ମହିଳାଙ୍କୁ ଅସଦାଚରଣ ସହ ଘୋଷାଡ଼ି ଘୋଷାଡ଼ି ମାରିଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ:  ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ RTI କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ତ୍ରୀଙ୍କୁ  ମଧ୍ୟ ଆକ୍ରମଣ ସହ ଅସଦାଚରଣ । ଗାଁ ଦାଣ୍ଡରେ ମହିଳାଙ୍କୁ ଅସଦାଚରଣ କରିବା ସହ ଘୋଷାଡ଼ି ଘୋଷାଡ଼ି ମାରିଲେ ଦୁର୍ବୃତ୍ତ। ଘଟଣା ଯାଜପୁର ଦଶରଥପୁର ବ୍ଲକ୍ ରହସୋଇ ପଞ୍ଚାୟତର। ଅଞ୍ଚଳର ଅଶୋକ ପତି ରହସୋଇ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ବିଭିନ୍ନ କାମ ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଏହାକୁ ନେଇ ଅଶୋକଙ୍କ ଉପରେ ଆକ୍ରମଣ କରିଥିଲେ କେତେକ ଦୁର୍ବୃତ୍ତ। ତାଙ୍କୁ ଘରୁ ଟାଣିନେଇ ବିଚ୍ ରାସ୍ତାରେ ମାଡ଼ ମାରିଥିଲେ। ଏହି ସମୟରେ ଅଶୋକଙ୍କ ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଘୋଷାଡ଼ି ଘୋଷାଡ଼ି ମାରିବା ସହ ଅସଦାଚରଣ କରିଥିଲେ। ଅଶୋକଙ୍କ ଦାଣ୍ଡରେ ଥିବା ୨ଟି ବାଇକକୁ ମଧ୍ୟ ସମ୍ପୃକ୍ତ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ସମ୍ପୃକ୍ତ ମହିଳା ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The rogue abused the woman in the village court and beat her with | Argus News