Videos
|
Odisha

ବଜ୍ରପାତରେ ରେ ଦବିଲା ବିନୋଦ ବିହାରୀ ମନ୍ଦିରର ଦଧୀନଉତି

Rashmita Mishra
Browse all articles by Rashmita Mishra
·2 years ago·1 min read
ବଜ୍ରପାତରେ ରେ ଦବିଲା ବିନୋଦ ବିହାରୀ ମନ୍ଦିରର ଦଧୀନଉତି

ଅର୍ଗସ ବ୍ୟୁରୋ: ବଜ୍ରପାତରେ ଦବିଲା ଦଧିନଉତି ଓ ଖସିଲା ୧୦ରୁ ଅଧିକ ପଥର। ମନ୍ଦିରରେ ଦୀର୍ଘ ୨୬ ବର୍ଷ ଧରି ପୂଜା କରି ଆସୁଥିବା ପୂଜକ ସେହି ସମଯରେ ଉପସ୍ତିତ ଥିଲେ । ତାଙ୍କ କହିବାଅନୁଯାୟୀ ଗତ କାଲି ସନ୍ଧ୍ୟାରେ ବର୍ଷା ହେଉଥିବା ସମୟରେ ଘଡଘଡି ଜୋରରେ ମାରୁଥିଲା। ତାହା ସହ ବର୍ଷା ମଧ୍ୟ ବେଉଥିଲା । ପ୍ରଚଣ୍ଡ ଶବ୍ଦ କରି ମାରିବା ଘଡଘଡି ମାରିଥିଲା ।ଏହି ସମୟରେ ବୋମା ବିସ୍ଫୋରଣରେ ଯେଉଁଭଳି ଧୂଆଁ ହୋଇଥାଏ ସେଠାକାର ପରିବେଶ ହୋଇଯାଇଥିଲା । ତା ପରେ ପଥର ଗୁଡିକ ଏଣେତେଣେ ହୋଇ ବିକ୍ଷିପ୍ତ ଅବସ୍ଥାରେ ପଡିଲା ଯେଉଁଥିପାଇଁ ଚାରିଆଡ଼ ଅନ୍ଧାର ଦେଖାଗଲା।

ଏହି ମନ୍ଦିରକୁ ୧୨୭୬ ସାଲ ଶ୍ରୀ ଲକ୍ଷ୍ମୀ ନାରାୟଣ ଜଗଦ୍ଦେବଙ୍କ ରାଜତ୍ୱ ସମୟରେ ବାବାଜୀ ଗୋପାଳ ଦାସଙ୍କ ତତ୍ତ୍ୱାବଧାନରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୧୩୧୫ ସାଲ ରେ ଏହି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ବୋଲି କିମ୍ବଦନ୍ତୀ କୁହେ ।ଏହି ମନ୍ଦିରକୁ ଲାଗି ଗୋପୀନାଥ ମନ୍ଦିର, ବାଲାବାବାଙ୍କ ମନ୍ଦିର ଓ ରାଜବାବାଙ୍କ ପୀଠ ରହିଥିବା କାରଣରୁ ଏହାର ତୁରନ୍ତ ମରାମତି ହେବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: