Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର

ଭୁବନେଶ୍ୱର:  କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହାଁ ଶଙ୍ଖ ଦଳ । ଆତ୍ମରକ୍ଷା ପାଇଁ ବିଜେଡି ପାଇଁ ଇଣ୍ଡି ମେଣ୍ଟ ହିଁ ଭରସା କି । ବିଜେପି କହିଲା, ଦିଲ୍ଲୀ କଂଗ୍ରେସ ଇସାରାରେ ଚାଲୁଛି ବିଜେଡି । ଜନାଦେଶକୁ ନେଇ ମୁହାମୁହିଁ ଶାସକ ଓ ବିରୋଧୀ । ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନକୁ କଡ଼ା ସମାଲୋଚନା କଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବା ସହ ଲୋକସଭା ରେ ଗୋଟିଏ ବି ଆସନ ନ ପାରିବା ପରେ ଏବେ କଂଗ୍ରେସ ପ୍ରଶଂସାରେ ଶତମୁଖ ବିଜେଡି ସାଂସଦ। ଶୁଣନ୍ତୁ ଇଣ୍ଡିମେଣ୍ଟ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କିପରି ପ୍ରଶଂସାରେ ପୋତି ପକାଉଛନ୍ତି  ବିଜେଡି ରାଜ୍ୟସଭା ସାଂସଦ । 

ଦେବାଶିଷ ଙ୍କ ବୟାନ ରାଜ୍ୟ ରାଜନୀତି ରେ ନିଆଁ ଲଗାଇଥିବା ବେଳେ ଏଥିରେ ଘିଅ ଢ଼ାଳିଛନ୍ତି ବିଜେପ ବିଧାୟକ ଅଶ୍ବିନୀ ଷଢ଼ଙ୍ଗୀ । ଦିଲ୍ଲୀ କଂଗ୍ରେସ ରୁ ଯେଉଁ ନିର୍ଦେଶ ଆସୁଛି ରାଜ୍ୟରେ ବିଜେଡି ତାହା କରୁଛି ଓ ରାଜ୍ୟରେ ବିଜେଡି ଇସାରା ରେ କଂଗ୍ରେସ କାମ କରୁଥିବା ସେ କହିଛନ୍ତି । ଏପରିକି ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରି ପାରେ କହି ବିଜେଡି କୁ ଟାର୍ଗେଟ କରିଛନ୍ତି । ତେବେ ଦିଲ୍ଲୀରେ ଆମର କେହି ମାଷ୍ଟର ନାହାନ୍ତି କହି ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ବିଜେପି ର ଅଭିଯୋଗ କପୋଳକଳ୍ପିତ ।  ଏହାରି ଭିତରେ ଜନାଦେଶକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ରାଜ୍ୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନି ବୋଲି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯ୍ୟ ଙ୍କ ବୟାନ କୁ କଡା କାଉଣ୍ଟର କରିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।  ପରାଜୟ ପରେ  ବିଜେଡି ହତୋତ୍ସାହିତ ହୋଇ ପଡିଛି ବୋଲି କହିଛନ୍ତି ସମୀର  ସମ ଦୁରତା  କଥା କହୁଥିବା ବିଜେଡି ର ବୟାନ ହଠାତ ବଦଳୁଛି କାହିକି ? ଚର୍ଚ୍ଚା ହେଉଛି ରାଜ୍ୟସଭାରେ ସାଂସଦ ଙ୍କୁ ନେଇ ଆତ୍ମରକ୍ଷା ପାଇଁ ଇଣ୍ଡିମେଣ୍ଟର ସାହାରା ନେବାକୁ ବିଜେଡି ଚାହୁଁଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The ruling and the opposition face each other over Janadesh. | Argus News