ଶାସକ ଦଳ ବିଧାୟକ କହିଲେ ଲକ୍ଷ୍ମୀ ବସ ନାଁ ରେ ଲୁଟ ହୋଇଛି ରାଜକୋଷ

ଅର୍ଗସ ବ୍ୟୁରୋ: ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ବିଜେପି ବିଧାୟକ ବିଭୂତି ପ୍ରଧାନ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳ ରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ନିର୍ବାଚନ ସମୟରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି । ଏକା କାମ ପାଇଁ ଲକ୍ଷ୍ମୀ ବସ କୁ ଏତେ ଟଙ୍କା କେମିତି ଦିଆଗଲା ବୋଲି ପ୍ରଶ୍ନ ଉଠାଇଥିଲେ ବିଭୂତି ପ୍ରଧାନ । ସେହିପରି ଲକ୍ଷ୍ମୀ ବସ ଷ୍ଟାଣ୍ଡ ରେ ଗୋଟେ କାନ୍ଥ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସ ରେ ଘର ଟିଏ କରିବା ପାଇଁ ଦେଢ଼ ଲକ୍ଷ ଦିଆଯାଉଛି ବୋଲି ବିଧାନସଭାରେ କହିଥିଲେ ଶାସକ ଦଳର ବିଧାୟକ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।
ଲକ୍ଷ୍ମୀ ବସ୍ ଷ୍ଟପ ନିର୍ମାଣ ନାଁରେ ବଡ ଦୁର୍ନିତିର ପ୍ରମାଣ ଆସିଥିଲା ସମ୍ବଲପୁରରୁ । ମୋଟ ୧୨୮ ଟି ବସ ଷ୍ଟପ ଜିଲ୍ଲାରେ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କାଁ ଭାଁ ନୂତନ ଲକ୍ଷ୍ମୀ ବସ ଷ୍ଟପ ନିର୍ମାଣ ହୋଇଥିବା ବେଳେ ଅନେକ ଅଧାପନ୍ତରିଆ ଭାଵେ ପଡି ରହିଛି। ପୁରୁଣା ଭଙ୍ଗା ଦଦରା ବସଷ୍ଟପ ଓ ଯାତ୍ରୀ ପ୍ରତିକ୍ଷାଳୟକୁ ରଙ୍ଗ ଲଗାଇ ଲକ୍ଷ୍ମୀ ବସ୍ ଷ୍ଟପର ଫଳକ ଲଗାଇ ଲୁଟ ହୋଇଛି ଟଙ୍କା। ଜୁଜୁମୁରା, ଧନକଉଡା, ରେଢାଖୋଲ, ରେଙ୍ଗାଲିରେ ଏମିତି ପୁଳା ପୁଳା ଆସିଥିଲା ସାମନାକୁ।
ଗତ ମାସ ୨୨ ତାରିଖରେ ବିଧାନସଭାର ଏହି ଲିଖିତ ଉତ୍ତର ଉପରେ ନଜର ପକାନ୍ତୁ । ପରିବହନ ମନ୍ତ୍ରୀ ଯେଉଁଥିରେ କହିଛନ୍ତି କ୍ଷତିରେ ଚାଲୁଛି ଲକ୍ଷ୍ମୀ ଯୋଜନା । 374 କୋଟି 8 ଲକ୍ଷ 58 ହଜାର 55 ଟଙ୍କା କ୍ଷତିରେ ଅଛନ୍ତି ସରକାର । ଅକ୍ଟୋବର 2023 ରୁ ଅଗଷ୍ଟ 2024 ଯାଏଁ ମାତ୍ର 10 ମାସରେ ଏହି କ୍ଷତି ସହିଛନ୍ତି ସରକାର । ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ 1340 ଟି ବସ ଚାଲିଥିବା ବେଳେ ବସ ଚଳାଚଳ ବାବଦରେ ରାଜ୍ୟ ସରକାର 399 କୋଟି 12 ଲକ୍ଷ 44 ହଜାର 640 ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର 25 କୋଟି 3 ଲକ୍ଷ 86 ହଜାର 585 ଟଙ୍କା । ନିର୍ବାଚନ ପୂର୍ବରୁ ୩୧୭୮ କୋଟି ଟଙ୍କାରେ ସରକାର କିଣିଥିଲେ ଲଷ୍ମୀ ବସ। ତେବେ ଏଥିରେ ଦୁର୍ନିତୀର ଗନ୍ଧ ବାରି ସୁଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ଓଡିଶା ସୂଚନା ଅଧିକାର ଅଭିଯାନ। ତେବେ ତଥ୍ୟ ମିଳିବାରୁ କିଛି ଦିନ ପୂର୍ବରୁ ଖାରବେଳ ଭବନ ସାମ୍ନାରେ ବିକ୍ଷୋଭ କରିଥିଲା ସଂଗଠନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର