ସବୁଠି ହାହାକାର... ସବୁଠି ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର
ଅର୍ଗସ ବ୍ୟୁରୋ: ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନ କେନ୍ଦ୍ରରେ ପୋଡ଼ା ଚିକିତ୍ସାର ମୁହଁ ପୋଡ଼ା । ଷ୍ଟିଲ ସିଟିରେ ଡାକ୍ତରଖାନା ତତଲା କଡେଇ । ଲୋକ ଘରୁ ବୋହୁଛନ୍ତି ଫ୍ୟାନ । ବରଗଡ଼ ଜିଲ୍ଲା ହସପିଟାଲରେ ନାହିଁ ICU . 25 ବର୍ଷ ସ୍ଥିର ସରକାରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି । ରାଉରକେଲାରେ ହିଟ୍ ୱେଭ୍ ନେଲାଣି ୧୭ ଜୀବନ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା । ରାଉରକେଲା ସରକାରୀ ଡାକ୍ତରଖାନାର ଜେନେରାଲ ୱାର୍ଡରେ ଅଂଶୁଘାତ ରୋଗୀଙ୍କୁ ରଖାଯାଇଛି । ଆଉ ସେଠି ACର ବ୍ୟବସ୍ଥା ନଥିବା ବେଳେ, ଲୋକେ ନିଜ ଘରୁ ପଙ୍ଖା ଆଣି ଟ୍ରିଟମେଣ୍ଟ ହେଉଛନ୍ତି ।
ବଲାଙ୍ଗିରରେ ତାତି ରେକର୍ଡ ଭାଙ୍ଗୁଥିବା ବେଳେ, ଦୁଇ ଦିନରେ ଅଂଶୁଘାତରେ ୪ ଜଣଙ୍କ ମୁତ୍ୟୁ ଅଭିଯୋଗ । ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି କୁହାଯାଇଛି ।
ସେପଟେ ଝାରସୁଗୁଡ଼ାରେ ଗୋଟିଏ ଦିନକରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଝାରସୁଗୁଡ଼ା ଜିଲ୍ଲାରେ ୪୭ ଡିଗ୍ରୀକୁ ତାପମାତ୍ରା ବୃଦ୍ଧି ପାଇ ଓଡ଼ିଶାର ସବୁଠାରୁ ଉତ୍ତପ୍ତ ଜିଲ୍ଲା ଭାବେ ରେକର୍ଡ଼ ହୋଇଛି ।
ସେପଟେ ବରଗଡ଼ରେ ଖେଳୁଥିବା ସମୟରେ ୯ ବର୍ଷର ଶିଶୁ ଦେହରେ ପଶି ଯାଇଥିଲା ଲୁହା ରଡ଼। ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ଟୁକୁର୍ଲ୍ଲl ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠି ଆଇସିୟୁର ବ୍ୟବସ୍ଥା ନଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇ ଦେଇଛନ୍ତି ।
ସେପଟେ ଅନ୍ତଃରାଷ୍ଟ୍ରୀୟ ପର୍ଯ୍ୟଟନ କେନ୍ଦ୍ରରେ ପୋଡ଼ା ଚିକିତ୍ସାର ମୁହଁ ପୋଡ଼ା । ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୁରୀ ସଦର ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ ନଥିବାରୁ ରୋଗୀଙ୍କୁ କଟକ ଓ ଭୁବନେଶ୍ବର ସ୍ଥାନାନ୍ତର କରାଗଲା । ଯାହା ଦୁର୍ଭାଗ୍ୟଜନକ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର