ଆଉ କିଛି ସମୟ ମଧ୍ୟରେ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ

ଅର୍ଗସ ବ୍ୟୁରୋ: ଆଜି ସମ୍ବଲପୁରରେ ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ମଧ୍ୟାହ୍ନ ୧୨ ଟା ୫୦ରେ ପ୍ରକଳ୍ପର ଉଦଘାଟନ କରିବେ । ଗୋଟିଏପଟେ ପ୍ରକଳ୍ପ ଉଦଘାଟନ ହେବାକୁ ଯାଉଛି । ଅନ୍ୟପଟେ ଏବେବି ସମଲେଇ ଯୋଜନାରେ ବିସ୍ଥାପିତ ପରିବାରଙ୍କୁ ମିଳିନି କ୍ଷତିପୂରଣ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୀର୍ଘଦିନରୁ ଧାରଣାରତ ବିସ୍ଥାପିତଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ୍ । ଶହ ଶହ ବର୍ଷର ଘୁଡଘୁଡି ପଡା ରହୁଥିବା ବିସ୍ଥାପିତ ପରିବାର ମାଆ ସମଲେଇ ସେବାରେ ଲାଗି ରହିଥିଲେ ।
ହେଲେ ୨୦୨୨ ଏପ୍ରିଲ ମାସରୁ ଯୋଜନା ଘୋଷଣା ପରେ ପଡା ସମ୍ପୂଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ସରକାର ଘର ଭଡା, ଟ୍ରାନ୍ସପୋଟିଙ୍ଗ , ସ୍ଥାୟୀ ଘର ସହ କ୍ଷତି ପୁରଣ ଟଙ୍କା ମନ୍ଦିର ପୁଜକ ପରିବାରଙ୍କ ଭଲି ସମାନ କ୍ଷତିପୁରଣ ଘୁଡଘୁଟି ପଡା ବାସିନ୍ଦାକୁ ଦେବା ପାଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେଥିରେ ପାତର ଅନ୍ତର କରାଯାଇ ଥିବା ଅଭିଯୋଗରେ ବିସ୍ଥାପିତ ପରିବାର ଧାରଣାରେ ବସି ରହିଥିଲେ । ୪୦ ପରିବାର ସମ୍ପୂର୍ଣ୍ଣ ଭାବେ କ୍ଷତି ପାଇ ନ ଥିବା ଅଭିଯୋଗ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ମାଆ ସମଲେଶ୍ବରୀ ମନ୍ଦିର ବିକାଶ କାହା ପାଇଁ ? । କ୍ଷତିପୂରଣ ନ ଦେଇ କେମିତି କରିବେ ପ୍ରକଳ୍ପ ଉଦଘାଟନ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର