ଶିକ୍ଷକ ନ ଥିବାରୁ ସ୍କୁଲ ଫାଟକରେ ପଡିଲା ତାଲା
·2 years ago·1 min read

ଅର୍ଗସ ବ୍ୟୁରୋ: ପୁଣି ଗଣ ଶିକ୍ଷାମନ୍ତ୍ରୀଙ୍କ ନିଜ ଜିଲ୍ଲା ସ୍କୁଲ ଫାଟକ ରେ ପଡିଲା ତାଲା , ରାଜ୍ଯ ସରକାର ୫ଟି ଯୋଜନାରେ ବିଭିନ୍ନ ସ୍କୁଲ କଲେଜକୁ ରୂପାନ୍ତର କରି ଚକ୍ ଚକ୍ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବହଳଦା ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ କୁମ୍ଭିରଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଦେଖିବାକୁ ମିଳିଛି ବିପରୀତ ଚିତ୍ର।
ଏହି ସ୍କୁଲରେ ରହିଛି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ। କିନ୍ତୁ ୧୪୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକରେ ଚାଲିଛି ପାଠ ପଢା। ଆଗକୁ ଆସୁଅଛି ଫାଇନାଲ ପରିକ୍ଷା ଯାହା ଫଳ ରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଶୃଷ୍ଟି ହେଉଛି ବାଧା ପ୍ରାପ୍ତ , ଯେଉଁଥି ପାଇଁ କୁମ୍ଭିରଦା ଗ୍ରାମବାସୀ ମାନେ ସ୍କୁଲ ଫାଟକରେ ତାଲା ପକାଇଥିଲେ । ଫାଟକରେ ତାଲା ପକାଇବାର ଦୀର୍ଘ ସମୟ ପରେ ମଧ୍ୟ ସ୍କୁଲ କୁ କୌଣସୀ ଶିକ୍ଷା ଅଧିକାରୀ ନ ପହଞ୍ଚିବା ଦୁର୍ଭାଗ୍ୟ ଜନକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: