Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭା ଭିତରେ ବଦଳିଲା ନେତାଙ୍କ ଆସନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଧାନସଭା ଭିତରେ ବଦଳିଲା ନେତାଙ୍କ ଆସନ
  • ବିଧାନସଭା ଭିତରେ ବଦଳିଲା ନେତାଙ୍କ ଆସନ
  • ମୁଖ୍ୟମନ୍ତ୍ରୀ ଆସନରେ ବସିଲେ କେବେ ବି ମନ୍ତ୍ରୀ ହୋଇନଥିବା ମୋହନ ମାଝୀ  
  • 5 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ବସିଲେ ବିରୋଧୀ ଦଳ ଆସନରେ
  • ବିଜେଡିର ପାଓ୍ବାରଫୁଲ ନେତା ବବି ଦାସଙ୍କ ଆସନରେ ବସିଲେ ଆକାଶ

 
ଅର୍ଗସ ବ୍ୟୁରୋ:  ସମୟ ବଦଳିଛି, ସରକାର ବଦଳିଛି ଆଉ ଏବେ ଆସନ ବି ବଦଳିଲା । ବିଧାନସଭାର ପ୍ରଥମ ଦିନରେ ଗୃହ ଭିତରୁ ଆସିଲା ରୋଚକ ଦୃଶ୍ୟ । ଦୀର୍ଘ ଦିନ ଧରି ଟ୍ରେଜେରି ବେଞ୍ଚରେ ବସିଥିବା ବିଜେଡି ନେତା ବସିଲେ ବିରୋଧୀ ଦଳ ଆସନରେ । ଯେଉଁଠି ପୂର୍ବରୁ ବିଜେପି ର ବିଧାୟକ ମାନେ ବସୁଥିଲେ ସେଠି ବସିଛନ୍ତି ବିଜେଡିର ନେତାମାନେ । ଆଉ ଟ୍ରେଜେରି ବେଞ୍ଚରେ ବସିଲେ ବିଜେପି ବିଧାୟକ । ନଜର ପକାନ୍ତୁ କିଏ କେଉଁ ନେତାଙ୍କ ସ୍ଥାନରେ ବସିଲେ।
1- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନରେ ବସିଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ
2- 5 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ବସିଥିଲେ ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆସନରେ
3- ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ଆସନରେ ବସିଥିଲେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ 
4 - ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ଆସନରେ ବସିଥିଲେ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର
5- ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଆସନରେ ବସିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
6- ପୂର୍ବତନ ମନ୍ତ୍ରୀ ପ୍ରଫୁଲ ମଲିକଙ୍କ ଆସନରେ ବସିଥିଲେ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା
7- ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଆସନରେ ବସିଥିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ
8- ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଆସନରେ ବସିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
9- ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆସନରେ ବସିଥିଲେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ
10- ବିଜେଡିର ପାଓ୍ବାରଫୁଲ ନେତା ବବି ଦାସଙ୍କ ଆସନରେ ବସିଥିଲେ ଆକାଶଦାସ ନାୟକ
11- ବରିଷ୍ଠ  ବିଜେଡି ନେତା ଦେବୀ ମିଶ୍ରଙ୍କ ଆସନରେ ବସିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରୀପାଠି
16 - ଏ ସବୁ ଭିତରେ ବିଜେଡିର ଆଗ ଧାଡିର ବିଧାୟକ ଅରୁଣ ସାହୁ କିନ୍ତୁ ସଭା ପଛରେ ବସିଥିବାର ନଜର ଆସିଥିଲେ ।

ସପ୍ତଦଶ ବିଧାନସଭାକୁ ସର୍ବମୋଟ 84 ଜଣ ନବାଗତ ବିଧାୟକ ଓ ବିଧାୟିକା ନିର୍ବାଚିତ ହୋଇକି ଆସିଛନ୍ତି । ଯାହା ମଧ୍ୟରେ ବିଜେପିର ସର୍ବାଧିକ 54 ଜଣ ବିଧାୟକ ରହିଥିବା ବେଳେ ବିଜେଡି ଓ କଂଗ୍ରେସର 30 ଜଣ ରହିଛନ୍ତି । ତେବେ ଏଥର ସର୍ବକନିଷ୍ଠ ଭାବେ ବ୍ରହ୍ମଗୀରି ବିଧାୟିକା ଉପାସନା ମହାପାତ୍ର ନିର୍ବାଚିତ ହୋଇ କି ଆସିଥିବା ବେଳେ ସବୁଠୁ ବୟସ୍କ ବିଧାୟକ ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ସେହିପରି ସବୁଠୁ ଅଧିକ ଥର ନିର୍ବାଚିତ ହୋଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The seat of the leader in the assembly has changed | Argus News