Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିଲା ଦେବୀଦତ୍ତ ସତ୍ୟସ୍ୱରୂପ ମହାପାତ୍ରଙ୍କ ଆତ୍ମହତ୍ୟାର ରହସ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖୋଲିଲା ଦେବୀଦତ୍ତ ସତ୍ୟସ୍ୱରୂପ ମହାପାତ୍ରଙ୍କ ଆତ୍ମହତ୍ୟାର ରହସ୍ୟ

ଅର୍ଗସ ବ୍ୟୁରୋ: ଖୋଲିଲା କାମାକ୍ଷାନଗରର ଦେବୀଦତ୍ତ ସତ୍ୟସ୍ବରୂପ ମହାପାତ୍ରଙ୍କ ଆତ୍ମହତ୍ୟାର ରହସ୍ୟ। ଦେବୀଦତ୍ତଙ୍କ ମୋବାଇଲ ଖୋଲିଲା ତାଙ୍କର ଆତ୍ମହତ୍ୟାର କାରଣ। ତାଙ୍କ ମୋବାଇଲରୁ ମିଳିଛି ତାଙ୍କ ଉପରେ ହୋଇଥିବା ମାନସିକ ଓ ଆର୍ଥିକ ନିର୍ଯାତନାର କଥା। ଯାହାକି ସେ ନିଜେ ରେକର୍ଡିଂ କରିଥିଲେ ଆଉ ଏହାହିଁ ଥିଲା ତାଙ୍କର ଶେଷ କଥା।  ତେବେ ଡାଇରୀରେ ଆହୁରି ମଧ୍ୟ ଅଧିକ ତଥ୍ୟ ଲୁଛି ରହିଛି ଯାହା ଲୋକ ଲୋଚନକୁ ଆସିବା ଦରକାର ବୋଲି ପରିବାର ଲୋକେ କହିଛନ୍ତି । କାମାକ୍ଷାନଗର ପୂର୍ବତନ ବିଡ଼ିଓ ତଥା ଅବିନାଶ ପାଣ୍ଡିଆ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ଦେବୀଙ୍କ ଦ୍ବାରା କରାଇଥିଲେ। ହେଲେ ବକେୟା ଟଙ୍କା ନଦେଇ ଧମକ ଦେଉଥିବା ସେ ମୋବାଇଲରେ ପ୍ରକାଶ କରିଛନ୍ତି।

କେବଳ ୫ ଲକ୍ଷ ଟଙ୍କା ପାଇଁ କି ତାଙ୍କର ଜୀବନ ଗଲା ତାହା ତଦନ୍ତ କରିବା ସହିତ ବିଡ଼ିଓ ଅବିନାଶ ପାଣ୍ଡିଆଙ୍କୁ ଗିରଫ କରିବା ପାଇଁ ତାଙ୍କର ବାପା ଓ ଭାଇ ଭୁବନରେ ବିଧାୟକଙ୍କୁ ଭେଟିବାକୁ ଆସିଥିବା ବେଳେ ଦାବି ଜଣାଇଛନ୍ତି। ତେବେ ଭୁବନେଶ୍ବର କଳିଙ୍ଗନଗର ସ୍ଥିତ ଏକ ହୋଟେଲରେ ଗତ ଅକ୍ଟୋବର ୧୯ ତାରିଖରେ ଦେବୀଦତ୍ତ ସତ୍ୟସ୍ବରୁପ ଆତ୍ମହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The secret of Mahapatra's suicide revealed by Devidatta | Argus News