Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଓବାଦୀଙ୍କ ବଡ଼ ଯୋଜନାକୁ ପଣ୍ଡ କଲେ ସୁରକ୍ଷା ବାହିନୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଓବାଦୀଙ୍କ ବଡ଼ ଯୋଜନାକୁ ପଣ୍ଡ କଲେ ସୁରକ୍ଷା ବାହିନୀ

ଅର୍ଗସ ବ୍ୟୁରୋ:  ମାଓବାଦୀଙ୍କ ବଡ଼ ଯୋଜନା କୁ ପଣ୍ଡ କଲେ ମିଳିତ ସୁରକ୍ଷା ବାହିନୀ । ଗୋଟିଏ ଦିନରେ ତିନୋଟି IED କୁ ଉଧାର କରି ନଷ୍ଟ କଲେ ସୁରକ୍ଷା ବାହିନୀ । ଛତିଶଗଡ ଶୁକମା ରେ ଯବାନ ଙ୍କୁ ବଡ଼ ସଫଳତା । ସୁକମା ର କିଷ୍ଟାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ CRPF O COBRA ଯବାନ ଙ୍କ ମିଳିତ କୁମ୍ବିଂ ଅପରେସନ ସମୟରେ ଗୋଟିଏ 5 ଓ ଗୋଟିଏ 3 କେଜି ଓଜନର ଟିଫିନ୍ IED କୁ ଉଦ୍ଧାର କରି ନଷ୍ଟ କରିଛନ୍ତି ମିଳିତ ବାହିନୀ । ସେଇଭଳି ସୂକମା ର ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦାବାକୋନ୍ତା ଓ ପେଣ୍ଟାପଦ ଅଞ୍ଚଳରେ CRPF ଓ DRG ଯବାନ ଙ୍କ ମିଳିତ କୁମ୍ବିଂ ଅପରେସନ ସମୟରେ 8 ରୁ 10 କେଜି ଓଜନର ଗୋଟିଏ ଟିଫିନ୍ IED ଉଧାର କରି ନଷ୍ଟ କରିଛନ୍ତି ସୁରକ୍ଷା ବାହିନୀ । ତିନୋଟି IED ମାଓ ସଂଗଠନ ସୁରକ୍ଷା ବାହିନୀ ଙ୍କ କୁମ୍ବିଂ ଅପରେସନ ସମୟରେ ଯବାନ ଙ୍କୁ କ୍ଷତି ଘଟାଇବାକୁ ମାଟି ତଳେ ପୋତି ଥିଲେ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The security forces thwarted the big plans of the Maoists | Argus News