Videos
|
Odisha

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଡମପଡ଼ା ତହସିଲର ବରିଷ୍ଠ କିରାଣୀ

Ritu Das
Browse all articles by Ritu Das
·2 years ago·1 min read
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଡମପଡ଼ା ତହସିଲର ବରିଷ୍ଠ କିରାଣୀ

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ର ଡମପଡ଼ା ତହସିଲ କାର୍ଯ୍ୟାଳୟ ରେ ଜମି ପଟ୍ଟା ର ଅବିକଳ ନକଲ ବା ସାର୍ଟିଫାଏଡ଼ କପି ଦେବା ପାଇଁ ତହସିଲର ବରିଷ୍ଠ କିରାଣୀ ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗର ତିନିଜଣିଆ ଟିମ୍ ତାଙ୍କୁ ରଙ୍ଗେ ହାତେ ଧରିଲେ। 

କୁଶପଙ୍ଗି ଗ୍ରାମର ଜଣେ ବ୍ୟକ୍ତି ନିଜ ଜମିର ପଟ୍ଟାର ସାର୍ଟିଫାଏଡ଼ କପି ବା ଅବିକଳ ନକଲ ପାଇଁ ବାରମ୍ବାର ଦୌଡ଼ି ଦୌଡ଼ି ଟଙ୍କା ନ ଦେଲେ ଦିଆ ଯିବ ନାହିଁ କହି ଦାୟୀତ୍ୱ ରେ ଥିବା ସିନିୟର୍ କିରାଣୀ ପ୍ରଶାନ୍ତ କୁମାର ରାଉତ ତିନି ହଜାର ଟଙ୍କା ଦାବି କରିଥିଲେ। 

ଦାବି ମୁତାବକ ତିନି ହଜାର ଟଙ୍କା ତହସିଲ କାର୍ଯ୍ୟାଳୟ ର ନିଜ ସିଟ ରେ ଟଙ୍କା ନେଉଥିବା ବେଳେ ପୂର୍ବ ରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଧରିଥିଲେ। କାର୍ଯ୍ୟାଳୟ ରେ ତଦନ୍ତ କରି ପ୍ରଶାନ୍ତ ଙ୍କ ପୈତୃକ ଗ୍ରାମ ବାଙ୍କୀ ବ୍ଲକ୍ ନୂଆଗାଁ ରେ ଚଢାଉ ଜାରି ରହିଛି। ପ୍ରଶାନ୍ତ ଙ୍କ ନାମରେ ପୂର୍ବ ରୁ ବହୁ ଅଭିଯୋଗ ହୋଇ ଆସୁଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: