Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା କାରଣରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଅଭୟାରଣ୍ୟ

Banajyotshna Ray
Browse all articles by Banajyotshna Ray
·2 years ago
ବର୍ଷା କାରଣରୁ ପର୍ଯ୍ୟଟକଙ୍କ ପାଇଁ  ବନ୍ଦ ରହିଲା ଅଭୟାରଣ୍ୟ

ଅର୍ଗସ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଓ କୁହୁଡ଼ି । ବର୍ଷା କାରଣରୁ ପର୍ଯ୍ୟଟକଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିଲା ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି । ଅଭୟାରଣ୍ୟ ଭିତରକୁ ମାଟି ରାସ୍ତା ଥିବାରୁ ବର୍ଷା ଯୋଗୁଁ ଗାଡ଼ି ସ୍ଲିପ୍‌ କରିବାର ଆଶଙ୍କା ରହିଛି । ପ୍ରବଳ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ମଧ୍ୟ ଖୁବ କମ ରହିଛି ।

ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଗୋଟିଏ ଦିନ ପାଇଁ ଶିମିଳିପାଳ ବନ୍ଦ ରହିଛି । ବୁଧବାର ଶିମିଳିପାଳର ରାମତିର୍ଥ ଠାରେ ୩୪.୫୪ ମିମି, ବରେହିପାଣିଠାରେ ୨୫.୧୪ ମିମି, କେନ୍ଦୁମୁଣ୍ଡିଠାରେ ୨୦.୩୨ ମିମି, ସାତକୋଶିଆଠାରେ ୧୯.୦୯ ମିମି ଏବଂ ନଅଣା ଓ ଚହଲା ଅଞ୍ଚଳରେ ୧୭ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
The similpalwas closed for tourists due to rain | Argus News