Videos
|
Odisha

ଗାଁ ଗାଁର ବିକାଶର ନାରା କେବଳ ପ୍ରହସନ ସଦୃଶ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗାଁ ଗାଁର ବିକାଶର ନାରା କେବଳ ପ୍ରହସନ ସଦୃଶ୍ୟ

ଅର୍ଗସ ବ୍ୟୁରୋ:  ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗ୍ରାମ, ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଗୋଡି ମାଟି ଜଙ୍ଗଲ ରାସ୍ତା, ରାସ୍ତାରେ ପ୍ରତି ପାଦେ ପାଦେ ବିପଦ, ଗ୍ରାମରେ କେବେ ବି ସରକାରି ବାବୁ କିମ୍ୱା ଜନ ପ୍ରତିନିଧିଙ୍କ ପାଦ ପଡିନି । ଆମେ କହୁଛୁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଖାରିଗୁଡ଼ା ପଞ୍ଚାୟତର ଉପରମଣୀପଦରର କଥା, ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗାଁ । ଏହି ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଛି କହିଲେ ଚଳେ, ଗ୍ରାମରେ ପ୍ରାୟ 200 ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରୁ ନାହିଁ। ଫଳରେ ବିକାଶ ଠାରୁ ଅପହଞ୍ଚ ଦୂରରେ ଏହି ଗ୍ରାମ। ପଞ୍ଚାୟତକୁ ଚାଉଳ ଭତା ଏବଂ ବ୍ଲକ ଯିବାପାଇଁ ପକା ରାସ୍ତା ନାହିଁ ଯାହା ଦୂରା ଦୁର୍ଘଟନାର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବର୍ଷା ଦିନ ହେଲେ ଏକ ପ୍ରକାର ବନ୍ଦି ଜୀବନ ବିତାନ୍ତି ଗ୍ରାମବାସୀ,ଏହି ରାସ୍ତାରେ ଯାନବାହାନ ଚାଲିବା ଦୂରର କଥା ମଣିଷ  ଚାଲିବା ବି ସମ୍ଭବ ହୁଏ ନାହିଁ ଗ୍ରାମରେ ଥିବା ବିଦ୍ୟାଲକୁ ସରକାର ବନ୍ଦ କରିଥିବାରୁ ଛାତ୍ର ଛାତ୍ରୀ ମାନେ ଦୂର ଦୁରାନ୍ତ କୁ ଯାଇ ପାଠ ପଡ଼ୁଛନ୍ତି। ଗ୍ରାମର ରାସ୍ତା ଖରାପ ଥିବା ଯୋଗୁଁ ଗ୍ରାମରେ ଆମ୍ବୁଲାନ୍ସ ପହଂଚି ପରେ ନାହିଁ ଫଳରେ ରୋଗୀଙ୍କୁ 3 କିଲୋମିଟର ଖଟିଆରେ ବୋହିକି ନେବାକୁ ପଡ଼େ, ଗ୍ରାମବାସୀ ଅଭିଯୋଗ କରିଛନ୍ତି ନିର୍ବାଚନ ସମୟରେ ଶାସକ ଦଳର ମାଳ ମାଳ ନେତା ମାନେ ଆସନ୍ତି ଆଉ ମିଛ ପ୍ରତିଶୃତି ଦିଅନ୍ତି କିନ୍ତୁ ନିର୍ବାଚନରେ ବିଜୟୀ ହେଲା ପରେ ଭୁଲି ଯାଆନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The slogan of village-to-village development is just a farce | Argus News