Videos
|
Odisha

ଅଧାରେ ଅଟିକିଛି ସ୍ମାର୍ଟ ସିଟି ପ୍ରକଳ୍ପ

Ritu Das
Browse all articles by Ritu Das
·2 years ago·1 min read
ଅଧାରେ ଅଟିକିଛି ସ୍ମାର୍ଟ ସିଟି ପ୍ରକଳ୍ପ

ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ମାର୍ଟ ସିଟି ଯୋଜନା ମୁତାବକ ରାଜ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତାହାର ଅଡିଟ କରି ସିଏଜି ଜଣାଇଛନ୍ତି ଯେ ଯୋଜନା ପ୍ରସ୍ତୁତି ଓ ସମ୍ବଳ ସଂଗ୍ରହରେ ଦୁର୍ବଳତା ପାଇଁ ଉଭୟ ପ୍ରକଳ୍ପ ମୂଲ୍ୟ ଯଥାକ୍ରମେ ୩୬ ପ୍ରତିଶତ ଓ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିଛି। ଉଭୟ ସ୍ମାର୍ଟ ସିଟିରେ ଯଥାକ୍ରମେ ୬୪% ଓ ୬୩% କାର୍ଯ୍ୟ କରାଯାଇପାରିନଥିଲା। ଫଳରେ ସହର ବାସୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ସିଏଜି ଜଣାଇଛନ୍ତି। 

ସ୍ମାର୍ଟ ସିଟି ମିଶନରେ ପ୍ରକଳ୍ପଗୁଡିକର କାର୍ଯ୍ୟାଦେଶ ପ୍ରଦାନରେ ବିଳମ୍ବ ହେଉଛି। ସେଥିପାଇଁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡକୁ ୨୭.୭୩ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିଛି। ଏଥିରେ କିଛି ପ୍ରକଳ୍ପରେ ଏଭଳି ବ୍ୟୟ କରାଯାଇଛି ଯେଉଁଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଅନୁମତି ନିଆଯାଇନଥିଲା ।

ସ୍ମାର୍ଟ ସିଟି ନିର୍ଦ୍ଦେଶାବଳୀକୁ ପାଳନ କରାଯାଇ ନ ଥିବାରୁ ମିଶନ ପାଣ୍ଠିରୁ ପ୍ରଶାସନିକ, କାର୍ଯ୍ୟାଳୟ ଖର୍ଚ୍ଚ, ପରିଚାଳନା ଓ ରକ୍ଷଣାବେକ୍ଷଣ ଦିଗରେ ଅଧିକ ବ୍ୟୟ ହୋଇଥିଲା। ମାନବ ସମ୍ବଳ ନୀତି ଗଠନ, ପୂର୍ଣ୍ଣକାଳୀନ ସିଇଓ ନିଯୁକ୍ତି ଓ ସ୍ମାର୍ଟ ସିଟି ପରାମର୍ଶ ବିଚାରପୀଠ ବୈଠକ ଆଦି ନିର୍ଦ୍ଦେଶାବଳୀକୁ ଠିକ ଭାବେ ପାଳନ କରାଯାଇ ନ ଥିଲା ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

The Smart City | Argus News