Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଇବା ମାଗିବାରୁ ଜନ୍ମ କଲା ମାଆକୁ ଘୋଷାଡ଼ି ମାରିଲା ପୁଅ

Ritu Das
Browse all articles by Ritu Das
·2 years ago·1 min read
ଖାଇବା ମାଗିବାରୁ ଜନ୍ମ କଲା ମାଆକୁ ଘୋଷାଡ଼ି ମାରିଲା ପୁଅ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଖାଇବାକୁ ମାଗିବାରୁ ଜନ୍ମ କଲା ବୃଦ୍ଧା ମାଆକୁ ଘୋଷାଡି ମାରିଲା ଚାକିରିଆ ପୁଅ। ମାଆ ପାଞ୍ଚାଳୀ ସେନାପତି ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଅ ଅନ୍ତର୍ଯ୍ୟାମୀ ସେନାପତି ଯିଏକି ମୁକ୍ତାପଶି ଫରେଷ୍ଟ ସେକ୍ସନରେ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ଭାବେ କାର୍ଯ୍ୟରତ ସେ ଦୀର୍ଘଦିନ ହେବ ବୃଦ୍ଧ ପିତା ମାତାଙ୍କୁ ନିର୍ଯାତନା ଦେଇ ଆସୁଥିବା ଜଣାପଡିଛି। ଏଥିରେ ସାନ ଭାଇ ଅଚ୍ୟୁତାନନ୍ଦ ସେନାପତି ବାରଣ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। 

ଏପରିକି ଟାଙ୍ଗିଆ ଧରି ହାଣିବାକୁ ଗୋଡ଼ାଇ ଥିଲେ। ଫଳରେ ସାନ ଭାଇ ଅଚ୍ୟୁତ ଘର କବାଟ ଦେଇ ଘର ଭିତରେ ରହି ଯାଇଥିଲେ। ଏବଂ ପୋଲିସକୁ ଫୋନ ଯୋଗେ ଖବର ଦେଇଥିଲେ। ଯାହାକୁ ନେଇ ପୋଲିସ ଆସିବା ପରେ ଘର ଭିତରୁ ଅଚ୍ୟୁତ ଉଦ୍ଧାର ପାଇଥିଲେ। ଏବଂ ମାଆ ପାଞ୍ଚାଳୀଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । 

ତେବେ ପାଞ୍ଚାଳୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ଏ ନେଇ ଅନ୍ତର୍ଯ୍ୟାମୀଙ୍କ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ଘଟଣାଟିର ତଦନ୍ତ ଆରମ୍ଭ କରି ଦେଇଛି କାମାକ୍ଷାନଗର ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
The son beat | Argus News