Videos
|
Odisha

ଦୀର୍ଘ ୭ ବର୍ଷ ପରେ ହଜିଥିବା ବାପାଙ୍କୁ ଖୋଜି ପାଇଲା ପୁଅ

Ritu Das
Browse all articles by Ritu Das
·2 years ago·2 min read
ଦୀର୍ଘ ୭ ବର୍ଷ ପରେ ହଜିଥିବା ବାପାଙ୍କୁ ଖୋଜି ପାଇଲା ପୁଅ

ଅର୍ଗସ ବ୍ୟୁରୋ: ଦୀର୍ଘ ୭ ବର୍ଷ ପରେ ହଜିଥିବା ବାପାଙ୍କୁ ଖୋଜି ପାଇଲା ପୁଅ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ବର ପୁର ପଞ୍ଚାୟତ ଯମୁନା ଗ୍ରାମରେ। ସୋନପୁର ଜିଲ୍ଲା ଉଲୁଣ୍ଡା ଜିଲ୍ଲା ଗୋପାଳପୁର ଗ୍ରାମର  ଲକ୍ଷପତି ଭରା ସାଗର ୭ ବର୍ଷ ହେବ ଘରୁ ରାଗିକରି ପଳାଇ ଆସିଥିଲେ । ତାଙ୍କ ମାନସିକ ବିକୃତି ଘଟିବାରୁ ପାଗଳ ହୋଇ ଯମୁନା ଗ୍ରାମରେ ଏକ ଗଛ ତଳେ ରହୁଥିଲେ। ଭୋକ ଲାଗିବାରୁ ରାଜକିଶୋର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ମୁଢ଼ି ଖାଇବାକୁ ମାଗିଥିଲେ। ସେ ତାଙ୍କ ପରିଚୟ ମାଗି ପରିବାରକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।  ପରେ ତାଙ୍କ ପୁଅଙ୍କ ବିଷୟରେ ଜଣାଇଥିଲେ। ଏହାପରେ ଉଭୟ ବାପା ଏବଂ ପୁଅଙ୍କ ମଧ୍ୟରେ ମିଳନ ସମ୍ଭବ ହୋଇଛି। 

ହଠାତ ଯାଜପୁରରୁ ସୋନପୁରକୁ ଫୋନ ଏବଂ ଫଟୋ ପଠାହେଲା। ପୁଅ ଚିହ୍ନି କରି କହିଥିଲେ ଏ ମୋ ବାପା । ଜନ୍ମ କଲା ବାପାଙ୍କୁ ଘରକୁ ନେବା ଲାଗି ପୁଅ ବୋହୁ ଭଣଜା ପହଞ୍ଚିଥିଲେ ଯାଜପୁର ଭୁବନେଶ୍ବରପୁରର ଯମୁନା ଗ୍ରାମରେ। ଗ୍ରାମବାସୀ ବି ଅତିଥି ଆଗମନ ଭଳି ଅପେକ୍ଷା କରିଥିଲେ ଲକ୍ଷପତି ଭରା ସାଗରଙ୍କ ସମ୍ପର୍କୀୟଙ୍କ ସ୍ବାଗତ କରିବାକୁ। ପ୍ରଥମେ ମାନ ଅଭିମାନ ପରେ ଆଦରରେ କୋଳାକୋଳି ହୋଇଥିଲେ। ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଚାଲିଆସିବ। ପୁଅ ବାପାଙ୍କୁ ଦେଖି ଖୁସିରେ କୁଣ୍ଢାଇ ପକାଇଥିଲେ। ପରିବାରର ମିଳନ ପରେ  ଗ୍ରାମବାସୀ ଲକ୍ଷପତିଙ୍କୁ ଗାଧୋଇ ଦେଇ ଦାଢି କାଟି ପୁଅ ବୋହୁ ଆଣିଥିବା ନୁଆ ବସ୍ତ୍ର ପିନ୍ଧାଇ ଖାଦ୍ୟ ଖୁଆଇ ଅତିଥି ଭଳି ଗାଡି କରି ବିଦାୟ କରିଥିଲେ।

ଲକ୍ଷପତି ଭରା ସାଗର ସୋନପୁର ଜିଲ୍ଲା ଉଲୁଙ୍ଗା ଗୋପାଳପୁର ଅଞ୍ଚଳର । ସେ ରେଳବାଇରେ ଚାକିରି କରିଥିଲେ । ପାରିବାରିକ କଳହ ଓ ବିବାହ ବିଚ୍ଛେଦ ପରେ ସେ ଜେଲ ଯାଇଥିବା ପରିବାର ଲୋକ କହିଛନ୍ତି । ପରେ ଏହି ଘଟଣାକୁ ନେଇ ମାନସିକ ବିକୃତ ହୋଇ ଘରୁ ପଳାଇ ଆସିଥିଲେ । ପୁଅ ବହୁ ଖୋଜାଖୋଜି କରି ନ ପାଇବାରୁ ବାପା ମୃତ୍ୟୁବରଣ କରିସାରିଥିବା ଅନୁମାନ କରିଥିଲେ। ହେଲେ ଯାଜପୁର ଯମୁନା ଗ୍ରାମବାସୀ ସାଗରଙ୍କୁ ରଖି ଖବର ଦେଇଥିବାରୁ ଉଭୟ ବାପା-ପୁଅଙ୍କ ପୁଣି ପୁନଃ ମିଳନ ହୋଇଥିବାରୁ ଗ୍ରାମବାସୀଙ୍କୁ ଶତ ନମସ୍କାର  ଓ ଧନ୍ୟବାଦ ଜଣାଇଥିଲେ ପୁଅ ଶିବଭରା ସାଗର। ବୋହୁ ମଧ୍ୟ କହିଛନ୍ତି ବାପା ଘରର ମୁରବୀ ତାଙ୍କୁ ନେବା ପରେ ଭଲରେ ରଖିବୁ ଆଉ କୁଆଡେ ଛାଡିବୁନି। 

ଅଜଣା ମଣିଷକୁ ଆଦର ଓ ଅତିଥି ଭାବେ ରଖି ପରିଚୟ ହଜିଥିବା ବାପାଙ୍କୁ ଖୋଜୁଥିବା ପୁଅ  ମଧ୍ୟରେ ମିଳନ କରାଇଥିବାରୁ ଯମୁନାର ସମୁହ ଗ୍ରାମବାସୀଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

The son found his missing | Argus News