Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ, କାରଣ ଅସ୍ପଷ୍ଟ

Odisha

ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ, କାରଣ ଅସ୍ପଷ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ, କାରଣ ଅସ୍ପଷ୍ଟ

 ବଲାଙ୍ଗୀର : ଶ୍ବଶୁର ଘର ଜ୍ୱାଇଁ ର ଆତ୍ମହତ୍ୟା । ଏହି ଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡି ଘାଟ ପଞ୍ଚାୟତ ବାବେଜୁରୀ ଗାଁ ରେ । ପାରିବାରିକ କଳହ ଯୋଗୁ ବିବାହିତ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତକ ଜଣକ ମୁରିବାହାଲ ଥାନା ବାବେଜୁରୀ ଗାଁର ଜ୍ୱାଇଁ  ନିଲୁ ମାଝୀ ବୋଲି ଜଣାପଡ଼ିଛି । ନିଲୁ ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ହୋଇଥିବା ବେଳେ ବାବେଜୁରୀ ଗାଁ ନିଜ ଶଶୁର ଘରେ ବିବାହ ପରେ ରହୁଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

ଅଧିକ ପଢନ୍ତୁ : ଟଙ୍କା ପାଇଁ ବାପାକୁ ମାରିଦେଲା ପୁଅ

ଘଟଣା ସ୍ଥଳରେ ମୁରିବାହାଲ ପୋଲିସ ପହଞ୍ଚି କରୁଛି ଅଧିକ ତଦନ୍ତ । ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତର ଖାନା କୁ ପଠାଇ ଦିଆଯାଇଛି । ପାରିବାରିକ କଳହ ନାଁ ଅନ୍ୟ କାରଣ ରୁ ତାଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The son-in-law lost his life in his father-in-law's house | Argus News