Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟଙ୍କା ନଦେବାରୁ ବାପା ମାଆଙ୍କୁ ବାଡଉଛି ପୁଅ

Odisha

ଟଙ୍କା ନଦେବାରୁ ବାପା ମାଆଙ୍କୁ ବାଡଉଛି ପୁଅ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଟଙ୍କା ନଦେବାରୁ ବାପା ମାଆଙ୍କୁ ବାଡଉଛି ପୁଅ

ଅର୍ଗସ ବ୍ୟୁରୋ : ଓଃ...ଜନ୍ମକଲା ପୁଅର କଥା କହିଲା ବେଳକୁ ଆଖିର ଲୋହ ବୋଲ ମାନୁନି କି ଛାତିର କୋହକୁ ଛପେଇ ହେଉନି । ବୋଲ ମାନିବ ବା କେମିତି ? କାରଣ ଭେଣ୍ଡା ପୁଅ ଯେତେବେଳେ ଟଙ୍କା ପାଇଁ ବାପା-ମାଆଙ୍କ ଉପରେ ଜୁଲମ୍‌ କରେ ସେତେବେଳେ ବୋଧହୁଏ ଏମିତି କଇଁକଇଁ କାନ୍ଦିବାକୁ ବାପା-ମାଆ ବାଧ୍ୟ ହୁଅନ୍ତି । ଇଏ ବି କଳିଯୁଗର କୁଳାଙ୍ଗାର ପୁଅ । ସେଇଥି ଲାଗି ତ ବାପା-ମାଆଙ୍କ ମୁହଁରେ ଦାନା ଦେବା ପରିବର୍ତ୍ତେ ଅଣ୍ଟାକୁ ନାଦି ଦେଉଛି ବିଧା ଗୋଇଁଠା । 

ଦୃଶ୍ୟ ହେଉଛି ବାଙ୍କୀ ଡମପଡା ବ୍ଲକ ତାଳବସ୍ତ ଗ୍ରାମର ମନ୍ଦିର ସାହିର । ଏହି ଗାଁର ଗୋପୀ ପ୍ରଧାନଙ୍କ ଏକ ମାତ୍ର ଭେଣ୍ଡିଆ ପୁଅ  ଯୋଗେଶ । ବୟସ ୨୬ ବର୍ଷ ଅନେକ ଦେବାଦେବୀଙ୍କୁ ପୂଜି ପୁଅ ପାଇଥିଲେ ଏହି ବୃଦ୍ଧ ଦମ୍ପତ୍ତି। ନିଜ ପିଲାକୁ ମଣିଷ କରିବା ପାଇଁ ଅନେକ କଷ୍ଟ କରିଥିଲେ । ହେଲେ ପୁଅ ବଡ ହେଉହେଉ ବାପା ମାଆଙ୍କୁ ପୋଷିବା ବଦଳରେ ଜୋର ଜବରଦସ୍ତି ବାପା ମାକୁ ଟଙ୍କା ମାଗୁଥିଲା । ଆଉ ଟଙ୍କା ନଦେଲେ ବାପା ମାଆଙ୍କୁ ମାଡ ମାରିବା ସହ ଘରୁ ତଡି ଦେଉଥିଲା । 
ଯଦି ବାପା ମାଆଙ୍କୁ କିଏ ଗାଁ ଲୋକେ ଆଶ୍ରୟ ଦେଉଥିଲେ , ତେବେ ତାଙ୍କୁ ବି ଗାଳି କରିବାକୁ ପଛାଉ ନଥିଲା ପୁଅ । ଘରେ ଖାଇବାକୁ ନଦେବାରୁ ଅନ୍ୟମାନଙ୍କ ଘରୁ ମାଗିକି ଖାଉଛନ୍ତି ବାପା

ମାଆ । ସେପଟେ ଯୋଗେଶଙ୍କୁ କଣ ରୋଜଗାର କରୁଛୁ ବୋଲି ପଚାରିବାରୁ ମୁଁ କାହିଁକି ତମକୁ କହିବି ବୋଲି ଜବାବ ଦେଉଛି କୁଳାଙ୍ଗାର ପୁଅ । ଏବେ ବୟସର ଅପରାହ୍ନରେ ବିନା ପୁଅର ସହାୟତେ କେମିତି ବାକିତକ ଜୀବନ କାଟିବେ ତାଙ୍କୁ ନେଇ ଚିନ୍ତାରେ ଏହି ଦୁଇ ବୃଦ୍ଧା ବାପା ମାଆ । ସେପଟେ ବାପା ମାଆଙ୍କୁ ଏଭଳି ପୁଅ କବଳରୁ ରକ୍ଷା କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
The son is beating his parents for not giving him money | Argus News