14ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଏସଓପି ପ୍ରସ୍ତୁତି ସରିଛି
·2 years ago

ଅର୍ଗସ ବ୍ୟୁରୋ: 14ତାରିଖରେ ଭିତର ରତ୍ନ ଭଣ୍ଡାର ଖୋଲାଯିବା ନେଇ ଏସଓପି ପ୍ରସ୍ତୁତି ସରିଛି। ଆଜି ଏହି ଏସଓପି ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଚାବିରେ ନ ଖୋଲିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଯିବ ତାଲା, ଗଣତିମଣତି ପାଇଁ ସ୍ବତନ୍ତ୍ର ବଣିଆ ଚିହ୍ନଟ ହେବେ। ଗଣତି ମଣତି ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି।
ରତ୍ନ ଭଣ୍ଡାର ଖୋଲିବା ସମୟରେ ପ୍ରତ୍ୟେକଟି ଦିଗକୁ ଡିଜିଟାଲ ଡକୁମେଣ୍ଟେସନ୍ କରିବାକୁ ଉଭୟ ଆଇନମନ୍ତ୍ରୀ ଓ ତଦାରଖ କମିଟି ନିଷ୍ପତ୍ତି ନେଇଛନ୍ତି। 1978 ମସିହାର ରତ୍ନ ଗଣତି ରିପୋର୍ଟ ଆଧାରରେ ରତ୍ନ ଗଣତି ହେବ। ପ୍ରଥମେ ରତ୍ନଭଣ୍ଡାର ଖୋଲାଯିବ, ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଅନ୍ୟାନ୍ୟ ବସ୍ତୁ ବାହାରକୁ ଅଣାଯିବ ଏହା ପରେ ଗଣତିମଣତି କରାଯିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: