Videos
|
Odisha

ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି

Rashmita Mishra
Browse all articles by Rashmita Mishra
·1 year ago·1 min read
ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି

ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଉଛି ବତ୍ୟା ଦାନା । ବଢିଲା ପବନ ବେଗର ପୂର୍ବାନୁମାନ । ପୂର୍ବାପେକ୍ଷା ଧୀର ହୋଇଛି ବାତ୍ୟାର ଗତି । ସମୁଦ୍ରରୁ ଭିତରେ ଏବେ ୧୨କିମି ବେଗରେ ଗତି କରୁଛି ବାତ୍ୟା । ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ, ଲାଗି ରହିଛି ତୁହାକୁ ତୁହା ବର୍ଷା  । ସମୁଦ୍ରରେ ବଡ ବଡ ଢେଉକୁ ଦେଖି ଲୋକେ ଛାନିଆ । ଯଦି ପାଣି ମାଡିଆସିବ ତେବେ ଏକର ଏକର ଚାଷ ଜମି ନଷ୍ଟ ହୋଇଯିବ ଭାବି ଚିନ୍ତାରେ ଚାଷୀ। ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ ବଢୁଛି ବର୍ଷା । ତୁହାକୁ ତୁହା ବର୍ଷା ପବନ ସକାଳୁ ଲାଗି ରହିଛି । ସେପଟେ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଢେଉ ଯାହାକୁ ଦେଖି ଲୋକେ ଛାନିଆ। ଯଦି ପାଣି ମାଡ଼ି ଗଲା ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯିବ। ଆଶା ଆଶଙ୍କାରେ ରାଜନଗର ପେଣ୍ଠ  ଆଉ ଆଖ ପାଖ ଅଞ୍ଚଳରେ ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The speed of the storm is slower than before | Argus News