Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଭିନ୍ନ ସ୍ଥାନରୁ ଆସୁଛି ଚାଷୀ ଅସନ୍ତୋଷର ଚିତ୍ର

Odisha

ବିଭିନ୍ନ ସ୍ଥାନରୁ ଆସୁଛି ଚାଷୀ ଅସନ୍ତୋଷର ଚିତ୍ର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଭିନ୍ନ ସ୍ଥାନରୁ ଆସୁଛି ଚାଷୀ ଅସନ୍ତୋଷର ଚିତ୍ର

ଅର୍ଗସ ବ୍ୟୁରୋ: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଧୋକା । ବିଭିନ୍ନ ସ୍ଥାନରୁ ଆସୁଛି ଚାଷୀ ଅସନ୍ତୋଷର ଚିତ୍ର । ବାଲେଶ୍ବରରେ ସଭା ମଞ୍ଚରେ କ୍ଷୋଭ ଝାଡି କୃଷି ଅଧିକାରୀଙ୍କୁ ଧୋଇଲେ ଔପଦା ଅଞ୍ଚଳର ଜଣେ ଚାଷୀ । ଚାଷ ଜମିରେ ଏ.ଏଲ.ଆଈ ପଏଣ୍ଟରେ ବିଦ୍ୟୁତ୍ ସଂଯୋଗ ନଥାଇ ବି ୭୭ ହଜାର ଟଙ୍କାର ବିଲ୍ ଆସୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ ଜଣଙ୍କ । ଏନେଇ ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ସରକାର ଓ ଟାଟା ପାୱାରକୁ ଜଣାଇଥିଲେ ସୁଦ୍ଧା ସମାଧାନ ହେଉନାହିଁ । ଯାହାକୁ ନେଇ ପାଣି ପଞ୍ଚାୟତ ସପ୍ତାହ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଠା ଜଳସଚେନ ସହକାରୀ ଯନ୍ତ୍ରୀ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କ ଆଗରେ ଅସନ୍ତୋଷ ଝାଡିଛନ୍ତି ।

ଆଗାମୀ ଦିନରେ ଭୋଟ୍ ବର୍ଜନ କରିବାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ଚାଷୀ ଜଣଙ୍କ । ସେପଟେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରୁ ବି ଆସିଛି ଚାଷୀ ଅସନ୍ତୋଷର ଚିତ୍ର । ଅଞ୍ଚଳରେ ଜଳସେଚନ ସମସ୍ୟା ଲାଗି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରି ହଟହଟା କଲେ ଚାଷୀ । ଧର୍ମଗଡ ଉପଖଣ୍ଡର ଗୋଳାମୁଣ୍ଡା, ଟିପିଗୁଡାର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର 20 ବର୍ଷ ତଳେ କେନାଲ ନିର୍ମାଣ କରିଥିଲେ । ହେଲେ ଏହି କେନାଲ ନିର୍ମାଣ ସରିଥିଲେ ସୁଦ୍ଧା ଅଂଚଳର ଚାଷୀ ପାଣି ପାଇବାରୁ ବଂଚିତ ରହିଛନ୍ତି । ଯାହାକୁ ନେଇ ଅଂଚଳର ଶତାଧିକ ଚାଷୀ ଏକତ୍ରିତ ହୋଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିଥିଲେ । ତେବେ ଜଳେସଚନ ଓ ଚାଷୀଙ୍କ ସମସ୍ୟା ନେଇ ରାଜ୍ୟ ତମାମ ଚାଷୀଙ୍କ ଉଦବେଗ ସାମ୍ନାକୁ ଆସୁଛି । କେବଳ ପ୍ରଚାରରେ ସୀମିତ ରହିଛି ରାଜ୍ୟ ସରକାରଙ୍କ ଯୋଜନା । ଜଳସେଚନ ତଥ୍ୟ କହୁଛି, ପ୍ରତିଶ୍ରୁତି ହୋଇନି ପୂରଣ । ଏବେବି ଚାଷୀ ବର୍ଷା ଉପରେ ନିର୍ଭର । 24 ବର୍ଷର ସ୍ଥିର ସରକାର ଚାଷୀଙ୍କୁ ଚାଷ ଜମିକୁ ଜଳସେଚନ ଯୋଗାଇବାରେ ଫେଲ୍ । କିଛି ଦିନ ତଳେ ଯାଜପୁରରେ ଜଳସେଚନ ସମସ୍ୟା ନେଇ ଚିନ୍ତା ପ୍ରକଟ କରିଥିଲେ ମହାମହିମ ରାଜ୍ୟପାଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The state government cheated the farmers | Argus News