Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ୟୁପିରୁ ଆଳୁ ଆଣି ସଂକଟ ଟାଳିବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ୟୁପିରୁ ଆଳୁ ଆଣି ସଂକଟ ଟାଳିବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର

Key Points

  • ରାଜ୍ୟରେ ଆଳୁ ସଂକଟ ଗମ୍ଭୀର, କିଲୋ ପିଛା ଦର ୪୦ ଟଙ୍କା ପାର
  • ୟୁପିରୁ ଆଳୁ ଆଣି ସଂକଟ ଟାଳିବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର
  • ଆଳୁ ପାଇଁ ବଙ୍ଗ ଉପରେ ନିର୍ଭରଶୀଳତା କମାଇବାକୁ ସରକାରଙ୍କ ଯୋଜନା
  • ସୋମବାର ୟୁପିରୁ ଆଳୁ ପହଞ୍ଚୁଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଅର୍ଗସ ବ୍ୟୁରୋ : ଖୁବ୍ ଶୀଘ୍ର ଦୂର ହେବ ରାଜ୍ୟରେ ଆଳୁ ସଂକଟ। କାଲି ଆସି ପହଞ୍ଚିବ ଉତ୍ତ୍ରପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ। ତେଣୁ ପଶ୍ଚିମବଙ୍ଗର ମନମାନି ଯୋଗୁଁ ଆଳୁର ଯେଉଁ ଦର ବୃଦ୍ଧି ଘଟିଛି ତାର ଶୀଘ୍ର ଅନ୍ତ ଘଟିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।  ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରି ଦେଇଛନ୍ତି ମମତା ସରକାର। ତେଣୁ ପଶ୍ଚିମବଙ୍ଗର ମନମାନୀ ଭାଙ୍ଗିବାକୁ ୟୁପିକୁ ବିକଳ୍ପ ଭାବେ ବାଛିଛନ୍ତି ରାଜ୍ୟ ସରକାର। ପଶ୍ଚିମବଙ୍ଗର ବ୍ୟବସାୟୀ ଓଡ଼ିଶାକୁ ଆଳୁ ବିକିବାକୁ ଚାହୁଁଛନ୍ତି। କିନ୍ତୁ ମମତା ସରକାରଙ୍କ ଜିଦ୍ ଯୋଗୁଁ ଓଡ଼ିଶାକୁ ଆସିପାରୁନି ଆଳୁ ଟ୍ରକ୍।

ବଙ୍ଗରେ ଏବେ 7 ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି। ତାଙ୍କର ଚାହିଦା ଅତି ବେଶୀରେ 5 ଲକ୍ଷ ମେଟ୍ରିକ ଟନ୍। ଯଦି ବାକି 2 ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ନ ପଠାଉଛନ୍ତି ସବୁ ନଷ୍ଟ ହୋଇଯିବ। ତେଣୁ ଟିଏମସି ସରକାର ବେଶୀ ଦିନ ଏପରି ମନମାନୀ କରିପାରିବେ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ପଶ୍ଚିମବଙ୍ଗର ମନମାନୀ ଯୋଗୁଁ ରାଜ୍ୟ ସାରା ଦେଖାଦେଇଛି ଆଳୁ ସଂକଟ। କେଉଁଠି ଆଲୁ କିଲୋ ପିଛା ୪୦ ତ କେଉଁଠି ୪୫ ଟଙ୍କାରେ ହେଉଛି ବିକ୍ରୀ। କଟକ ଛତ୍ରବଜାର ଶନିବାର ଆଳୁ କିଲୋ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରବିବାର କେଜି ପ୍ରତି ୪୫ ରୁ ୫୦ ଟଙ୍କା ଏବଂ ୩ କେଜି କୁ ୧୪୦ ଟଙ୍କା ରେ ବିକ୍ରି ହେଉଛି । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ। ପଶ୍ଚିମବଙ୍ଗରୁ ଛତ୍ରବଜାରକୁ ଆଳୁ ଟ୍ରକ ଆସୁନାହିଁ। ଗଳାବାଟ ଦେଇ କାଁ ଭାଁ ଆଳୁ ଗାଡି ଆସୁଛି। ଯାହା ଚହିଦା ମେଣ୍ଟାଇ ପାରୁନି। ସେଥିପାଇଁ ଆଳୁ ଦର  କିଲୋ ପିଛା ୧୦ରୁ ୧୫ ଟଙ୍କା ବଢିଯାଇଛି। 

କଟକ ସାଲେପୁରରେ ବି ସମାନ ସ୍ଥିତି। ଏଠାକୁ ବି ଆଳୁ ଗାଡ଼ି ନଆସିବା ଯୋଗୁଁ କିଲୋ ୪୫ ରୁ ୫୦ ଟଙ୍କାରେ ବିକ୍ରି ହେଉଛି। କିଛି କଳାବଜାରୀ ମଧ୍ୟ ପରିସ୍ଥିତର ଫାଇଦା ନେଇ ଆଳୁ ମହଜୁଦ ଥିଲେ ବି ବଜାରକୁ ଛାଡୁନଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ସୀମାକୁ ଲାଗିଥିଲେ ବି ଜଳେଶ୍ବରରେ ଆଳୁକୁ ନେଇ ସମାନ ପରିସ୍ଥିତି। ଏଠାକୁ ଦିନରେ ୬ରୁ ୭ ଆଳୁ ଟ୍ରକ୍ ଆଳୁ ଆସୁଥିବା ବେଳେ ଏବେ ପୂରା ବନ୍ଦ। ତେଣୁ ଏଠାରେ ମଧ୍ୟ କିଲୋ ପିଛା ଆଳୁ ଦର ୪୦ଟଙ୍କ ପାର। ଗ୍ରାହକଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଜୋରଦାର। ଯଦି ଉତ୍ତର ପ୍ରଦେଶରୁ ଆସନ୍ତାକାଲି ଆଳୁ ଟ୍ରକ ଆସି ନପହଞ୍ଚେ ପରିସ୍ଥିତି ଆହୁରି ଅଣାୟତ୍ତ ହେବା ନେଇ ଆଶଙ୍କା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government has made arrangements to bring potatoes from UP to avert the crisis | Argus News