Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଳୁ ମିଶନକୁ ସଫଳ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ

Odisha

ଆଳୁ ମିଶନକୁ ସଫଳ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଳୁ ମିଶନକୁ ସଫଳ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆଉ ହେବନି ଆଳୁ ସଂକଟ । ଆଳୁ ମିଶନକୁ ସଫଳ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ । ଅକ୍ଟୋବର 14ରୁ ଚାଷୀଙ୍କୁ 1.87 ଲକ୍ଷ କ୍ବିଣ୍ଟାଲ ଆଳୁ ବିହନ ଯୋଗାଇଦେବେ ରାଜ୍ୟ ସରକାର । 1.77 ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ ପାଇଁ ହୋଇସାରିଛି ସଂସ୍ଥା ଚିହ୍ନଟ । ନଭେମ୍ବର ତୃତୀୟ ସପ୍ତାହ ସୁଦ୍ଧା ରାଜ୍ୟର ସମସ୍ତ ସ୍ଥାନରେ ଆଳୁ ବିହନ ପହଞ୍ଚାଇବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଲକ୍ଷ୍ୟ ରଖିଛି । ଚଳିତବର୍ଷ 14 ହଜାର 423 ହେକ୍ଟର ଜମିରେ ଆଳୁ ଚାଷ ହେବ । ଏଥିପାଇଁ ମୋଟ 1 ଲକ୍ଷ87 ହଜାର 5 ଶହ କ୍ବିଣ୍ଟାଲ ଆଳୁ ବିହନ ଆବଶ୍ୟକ ପଡ଼ିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଥିବା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଓ ଅତିରିକ୍ତ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ 1 ଲକ୍ଷ 81 ହଜାର 259 କ୍ବିଣ୍ଟାଲ ଆଳୁ ବିହନ ଯୋଗାଣ ପାଇଁ ଚିଠି ଲେଖିଛି କୃଷି ବିଭାଗ । ଏବେ ବିଭିନ୍ନ କୃଷି ବିଭାଗ କାର୍ଯ୍ୟାଳୟରେ ପ୍ରାୟ 1 ଲକ୍ଷ 77 ହଜାର 750 କ୍ବିଣ୍ଟାଲ ଆଳୁ ବିହନ ମହଜୁଦ ରହିଛି । ବାକି ବିହନ ପାଇଁ ଖୁବଶୀଘ୍ର ଅର୍ଡର ଦିଆଯିବ ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government has prepared a blueprint to make the potato mission a reality | Argus News