Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପାନ୍ତ ଇଲାକାରେ ଚିନାବାଦାମ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉପାନ୍ତ ଇଲାକାରେ ଚିନାବାଦାମ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

ଅର୍ଗସ ବ୍ୟୁରୋ: କିଏ ବୁଝିବ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର ଚିନାବାଦାମ ଚାଷୀଙ୍କ ଦୁଃଖ l ନା ଅଛି ବିକ୍ରି ବ୍ୟବସ୍ଥା ନା ଅଛି ମଣ୍ଡି ବ୍ୟବସ୍ଥା l କମ ଦରରେ ଦଲାଲ କୋଚିଆ ପାଖରେ ବିକ୍ରି ସାଙ୍ଗକୁ ରାସ୍ତା କଡ଼ ରେ ଶାଗ ମାଛ ଦରରେ ବିକ୍ରି କରି କ୍ଷତି ସହୁଛି ଚୀନାବାଦାମ ଚାଷୀ l ଏ ହେଉଛି ନୂଆପଡା ଉପାନ୍ତ ଖଡ଼ିଆଳ ବ୍ଲକ ର ତୁକୁଲା ଗାଁ ନିକଟ ସୁନ୍ଦର ନଦୀ ପାଖରେ ହୋଇଥିବା ଚିନାବାଦାମ ଚାଷର ଦୃଶ୍ୟ l ଏହି ଅଞ୍ଚଳ ରେ 100 ରୁ ଉର୍ଦ୍ଧ ଏକର ପଟୁମାଟି ଜମିରେ ଚୀନାବାଦାମ ଚାଷ ହୁଏ l ଆଉ ଚିନାବାଦାମ ଅମଳ କରିବାରେ ବ୍ୟସ୍ତ ଚାଷୀ l ମାଟି ରୁ ଚିନାବାଦାମ ଉପାଡି ତାକୁ ରଖି ବସ୍ତାରେ ଭରୁଛନ୍ତି l କିନ୍ତୁ ରାଜ୍ୟ ସରକାର କମ ଦରରେ ଦଲାଲ କୋଚିଆ ହାତରେ ଟେକି ଦେଇ କ୍ଷତି ସହୁଥିବା କହୁଛନ୍ତି ତୁକୁଲା ଗାଁର ଚିନାବାଦାମ ଚାଷୀ l

ଏବେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ l ସିନାପାଲି ବ୍ଲକ ର କାପସି ଗାଁର ଚିନାବାଦାମ ଚାଷୀ ମାନେ କେମିତି ରାସ୍ତା କଡରେ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି l କୃଷି ବିଭାଗ ର ଅଣଦେଖା ଯୋଗୁଁ ଧୀରେ ଧୀରେ ଏହି ଅଞ୍ଚଳ ର ଚିନାବାଦାମ ଚାଷୀ ଏବେ ଚାଷ ରୁ ମୁହା ଫେରାଉଛନ୍ତି  l ନୂଆପଡା ଜିଲ୍ଲା ର ଖଡ଼ିଆଲ ନିର୍ବାଚନ ମଣ୍ଡଳୀ ର ଖଡ଼ିଆଳ, ବୋଡେ଼ନ, ସିନାପାଲି ଅଞ୍ଚଳ ରେ ପ୍ରଚୁର ପରିମାଣ ରେ ଉତ୍ପାଦନ ହେଉଛି ଚୀନାବାଦାମ ହେଲେ ରାଜ୍ୟ ସରକାର ଏହି ଚାଷ ପ୍ରତି ମୁହଁ ଫେରାଉଛନ୍ତି  l କେବେ ରାଜ୍ୟ ସରକାର ଚିନାବାଦାମ ମଣ୍ଡି ଖୋଲିବେ ତାହାକୁ ନଜର l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government ignored the sugarcane farmers | Argus News