Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୟସର ଅପରାହ୍ନରେ ପହଞ୍ଚିଲେଣି କିନ୍ତୁ ମିଳୁନି ସହାୟତା

Odisha

ବୟସର ଅପରାହ୍ନରେ ପହଞ୍ଚିଲେଣି କିନ୍ତୁ ମିଳୁନି ସହାୟତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବୟସର ଅପରାହ୍ନରେ ପହଞ୍ଚିଲେଣି କିନ୍ତୁ ମିଳୁନି ସହାୟତା

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲା, ବିଶୋଇ ବ୍ଲକ, ଭାତଛତ୍ର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପାଣି ଗ୍ରାମର ବାସିନ୍ଦା ସୁକୁମାରୀ ଦେହୁରୀ । ଜମି ବାଡି କିଛି ବି ନାହିଁ। ସ୍ବାମୀ କେବେ ଠାରୁ ଆରପାରିକୁ ଚାଲିଗଲେଣି। ଜରିପାଲ ଟଣା ଭଙ୍ଗା କୁଡିଆରେ ଏକାକୀ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି ସୁକୁମାରୀ । ସରକାରୀ ସହାୟତା କହିଲେ କେବଳ  ୩୫କି.ଗ୍ରା.ଚାଉଳ। ବୟସର ଅପରାହ୍ନ ରେ ଦୁଃଖ ର ବୋଝ ଲୋଦି ହୋଇଯାଇଛି ତାଙ୍କ ଉପରେ। ଦେହ ରୁ ବଳ, ବୟସ କମିଯାଇଥିଲେ ବି ପେଟ ବିକଳରେ ମୂଲ ମଜୁରୀ କରି ଜିବନ ଯାପନ କରୁଛନ୍ତି। ଏ ଯାଏଁ ବିଧବା ଭତ୍ତା କି ସରକାରୀ ଆବାସ ଟିଏ ମଧ୍ୟ ମିଳିପାରିନାହିଁ। ଏ ନେଇ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ରେ ନିବେଦନ କରି କରି ନିରାଶ ହୋଇପଡ଼ିଛନ୍ତି ।

ଅଭାବ ଅନାଟନ ଯୋଗୁଁ କେବେ କେବେ ସାହିବାସିନ୍ଦା ସହାୟତା କରିଦିଅନ୍ତି। ଏପଟେ ସରକାର ଶୁଶାସନ ର ଡିଣ୍ଡିମ ପିଟିଥିବା ବେଳେ ଏହା କିନ୍ତୁ ବାସ୍ତବ ଚିତ୍ର। ସୁକୁମାରୀ ଦେହୁରୀ ପାଇଁ ପ୍ରଶାସନ ତୁରନ୍ତ ଭତ୍ତା ଏବଂ ପକ୍କା ଘର ଟିଏ ଯୋଗାଇ ଦେଲେ ବାକି ଜୀବନ ସୁରୁଖୁର ରେ କଟିଯିବ ବୋଲି କହନ୍ତି ଗ୍ରାମବାସୀ । ବୟସର ଅପରାହ୍ନରେ ଏବେ ସୁକୁମାରୀ ଦେହୁରୀ ।ସରକାର ତାଙ୍କୁ କେବେ ଭତ୍ତା ଓ  ଆବାସ ଯୋଗାଇ ଦେଉଛନ୍ତି ତାକୁ ହିଁ ଅପେକ୍ଷା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
The state government ignores the elderly | Argus News