Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିକାଶ ନାଁରେ ବିନାଶ କରୁଛି ବିଜେଡି ସରକାର

Odisha

ବିକାଶ ନାଁରେ ବିନାଶ କରୁଛି ବିଜେଡି ସରକାର

Jitendra Dash
Browse all articles by Jitendra Dash
·2 years ago·1 min read
ବିକାଶ ନାଁରେ ବିନାଶ କରୁଛି ବିଜେଡି ସରକାର

ଅର୍ଗସ ବ୍ୟୁରୋ : ବିକାଶ ନାଁରେ ବିନାଶ କରୁଛନ୍ତି ରାଜ୍ୟ ସରକାର । କେବଳ କଥାରେ, କାମରେ କିଛି କରେନି ବିଜୁ ଜନତା ଦଳ । ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ସାମ୍ବାଦିକ ସମ୍ମିଳନୀ କରି କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି । ଏହାସହ, ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କ ବିରୋଧରେ ଗର୍ଜିଛନ୍ତି । ଶାସକ ଦଳ ପାଇଁ ପ୍ରଚାରରେ ଆସି ଭି. କେ ପାଣ୍ଡିଆନ କେମିତି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । 

ଖାଲି ଏତିକି ନୁହେଁ ବରଂ ଓଡ଼ିଶାରେ ବିଦ୍ୟୁତ ବଳକା ଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁରେ ଲୋକଙ୍କୁ କମ୍ ଦରରେ ଦିଆ ଯାଇଛି । ଏହାସହ କେତେ ଦିନ ସହିବା ପରିବର୍ତ୍ତନ କରିବା ନାରା ଦେଇଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିରବ ଥିବା ବେଳେ ପ୍ରଶାସନିକ କଳ ସରକାର ପରିଚାଳନା କରୁଥିବା କହିଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ବିରୋଧରେ ୬୦ ଫର୍ଦ୍ଦ ବିଶିଷ୍ଟ ଏକ ଚାର୍ଜସିଟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି । ଏହା ଏହି ଚାର୍ଜସିଟ ପ୍ରତି ଗାଁ ଗାଁରେ ପହଞ୍ଚିବ ବୋଲି ମଧ୍ୟ କହିଛନ୍ତି । ଏହା ସହ ଏହି ଚାର୍ଜସିଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ବ ଦିଆଯାଇଛି । ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ଶାସକ ଦଳ ବିଜେଡିକୁ ୨୫ଟି ପ୍ରଶ୍ନ ମଧ୍ୟ କରିଛନ୍ତି । 
 

Painting
Sponsored
The state government is destroying in the name of development | Argus News