Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

Odisha

 ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

Manini Pattanayak
Browse all articles by Manini Pattanayak
·2 years ago·2 min read
 ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା

ରାୟଗଡା: ଓଡ଼ିଶାରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ବାହାର ଠିକାଦାର ଓ ଉଦ୍ୟୋଗୀଙ୍କୁ ଅନୁକମ୍ପା ଦିଆଯାଉଛି । ଆଉ ଗଣମାଧ୍ୟମ ପ୍ରଶ୍ନ କଲେ, ଗାଲୁ ମାରୁଛି ବିଜେଡି । ତାମିଲନାଡୁ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କାମ ଦେଉଛନ୍ତି ରାଜ୍ୟ ସରକାର । ଓଡ଼ିଶା ମହିଳା ଉଦ୍ୟୋଗୀଙ୍କୁ କାହିଁକି ମିଳିବନି  । ସ୍ଥାନୀୟ MSME ମାନଙ୍କୁ କାହିଁକି ଦେଉନାହାନ୍ତି ୨୦ ପ୍ରତିଶତ କାମ ।

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଦିଆଯାଉଥିବା ୨ଟି ଝୋଟ ବ୍ୟାଗ ବାହାର ରାଜ୍ୟରୁ ଆସିଲା .. ଆମ ଓଡିଶା ନବୀନ ଓଡିଶାର ଟି ସାର୍ଟ ଆସିଲା ତାମିଲନାଡୁରୁ.. ପାଖାପାଖି ୨ କୋଟି ଝୋଟ ବ୍ୟାଗ ଓ ୫ ଲକ୍ଷ ଟି-ସାର୍ଟ ମଗାଇଛନ୍ତି ରାଜ୍ୟ ସରକାର । ଓଡ଼ିଆ ଉଦ୍ୟୋଗୀଙ୍କୁ ଭକୁଆ ବନେଇବା ପାଇଁ ଲୋକ ଦେଖାଣିଆ ଟେଣ୍ଡର ଡାକିଥିଲେ କି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲୋକାର୍ପଣ ହେଉ ଅବା କାର୍ଯ୍ୟକ୍ରମ ଜରିଆରେ ଟି -ସାର୍ଟ, ଝୋଟ ବ୍ୟାଗ ଓ ସ୍କୁଲ ଡ୍ରେସ ଆଦି ଯୋଗାଣ କରିବାର ଦାୟିତ୍ୱ ବାହାର ରାଜ୍ୟର କମ୍ପାନୀ କୁ ମିଳୁଛି ଅଥଚ ରାଜ୍ୟରେ ଅନେକ ଛୋଟ MSME ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଅଛନ୍ତି, ଏମାନଙ୍କୁ କାହିଁକି ଏ କାର୍ଯ୍ୟାଦେଶ ଦିଆ ଯାଉନାହିଁ, କଣ ରହିଛି ଏହାର କାରଣ...! ପ୍ରଶ୍ନ ଉଠାଉଛନ୍ତି ଓଡିଆ ଉଦ୍ୟୋଗୀ  ଓ ଠିକାଦାର ସଂଘ। 
 
ତେବେ ଏମିତି ରାଜ୍ୟ ସାରା ଓଡିଆ ଉଦ୍ୟୋଗୀ ହାତ ବାନ୍ଧି ବସିଛନ୍ତି । ଆଉ ବିଜେଡି ସରକାରଙ୍କ ଅଣଓଡ଼ିଆ ପ୍ରୀତି ଯୋଗୁଁ ମାଲେମାଲ ହେଉଛନ୍ତି ବାହାର କମ୍ପାନୀ । ଯେମିତି ପିପିଲି ଅଞ୍ଚଳର ବିଜୟା ପ୍ରିୟଦର୍ଶିନୀ ଦାଶ । ଦିଲ୍ଲୀରୁ ଟ୍ରେନିଂ ନେଇ ପିପିଲି ନିଜିଗଡ଼ କୁରୁଖୀ ଠାରେ ତିନି ବର୍ଷ ହେଲା କଳିଙ୍ଗ ଆପଟେକ ନାମକ ଏକ ରେଡ଼ିମେଡ଼ କମ୍ପାନୀ ଖୋଲି ସ୍ଥାନୀୟ ଯୁବତୀ ମାନଙ୍କୁ ସିଲେଇ, କଟିଙ୍ଗ, ଡ୍ରାଇଙ୍ଗ ଭଲି ଟ୍ରେନିଂ ଦେବା ସହ ସେହିଠାରେ ନିଯୁକ୍ତି ମଧ୍ୟ ଦେଇଛନ୍ତି । ହେଲେ ସରକାରଙ୍କ ଉଦାସୀନତା ଯୋଗୁ ନିରାଶ ହେଉଛନ୍ତି ଓଡିଆ ମହିଳା ଉଦ୍ୟୋଗୀ.. ଭଦ୍ରକର ଉଦ୍ୟୋଗୀ ବି କାମ ମିଳୁନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି
 
ଆଉ ଏ ହେଉଛନ୍ତି ଟିଟିଲାଗଡ ସହରର ଉଦ୍ୟୋଗୀ ବିଜୟ ମେହେର ହୁଅନ୍ତୁ କିମ୍ବା ପୁରଷୋତ୍ତମପୁର ସୁବାସ ବେହେରା...  ଏମାନଙ୍କୁ ମିଳୁନି କାମ ରାଜ୍ୟ ସରକାରଙ୍କ ଅଣଦେଖାରୁ କ୍ଷୋଭ ପ୍ରକାଶ କରିଛନ୍ତି ଦୁଇ ଉଦ୍ୟୋଗୀ...ବିଜୟଙ୍କ କାରଖାନାରେ ସ୍କୁଲ ପିଲାଙ୍କ ବ୍ୟାଗ, ପୋଷାକ, ଜୋତା  ତିଆରି ହୁଏ.. କାମ ମିଳୁନି ବାହର କମ୍ପାନୀ ଠାରୁ ମୋଟା ଆକାରର ପିସି ନେଇ  ଓଡିଆ ଉଦ୍ୟୋଗୀଙ୍କୁ ସରକାର ନିରାଶ କରୁଥିବା କୁହନ୍ତି  ବିଜୟ।
 

ସେପଟେ ଓଡିଶା ଏବଂ ଓଡିଆଙ୍କ ବିକାଶ କଥା ରାଜ୍ୟ ସରକାର କେବେ ଚିନ୍ତା କରନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । କେବଳ ମିଛ ଶିଳ୍ପାୟନର ସୁନେଲୀ ସ୍ଵପ୍ନ ଦେଖାଇ ଓଡିଆଙ୍କୁ ବୋକା ବନାନ୍ତି ସରକାର । ହେଲେ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ନରଖି ଗାଲୁ ମାରିବାରେ ବ୍ୟସ୍ତ ଶାସକ ଦଳ ।
କେବଳ ଝୋଟ ବ୍ୟାଗ କି ଟି-ସାର୍ଟ ନୁହେଁ, ସମଲେଇ ପ୍ରକଳ୍ପରେ ବି ଅଣ ଓଡିଆ ଠିକାଦାରଙ୍କୁ ପ୍ରାଧାନ୍ୟ ଦେଇଥିଲେ ରାଜ୍ୟ ସରକାର । ଯାହାର ଏକ୍ସକ୍ଲୁସିଭ ଦସ୍ତାବିଜ ଲାଗିଥିଲା ଅର୍ଗସ ହାତରେ । ୨୦୦ କୋଟି ଟଙ୍କାର ସମଲେଇ ପ୍ରକଳ୍ପରୁ ୧୪୦ କୋଟି ଟଙ୍କାର କାମ କରିଥିଲା ତାମିଲନାଡୁର ୟୁଆରଏସ୍ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲାମିଟେଡ୍ । ତାମିଲନାଡୁର ଏହି କମ୍ପାନୀ ସମଲେଇ ପ୍ରକଳ୍ପ ପାଇଁ ତାର ସୋସିଆଲ୍ ମିଡିଆ ପେଜରେ ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତାରେ ପୋତି ପକାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
The state government is ignoring the Odisha entrepreneurs in Odisha. Outside developers and entrepreneurs are favored. | Argus News