Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଥା ଦେଇ କଥା ରଖିଲେ ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଥା ଦେଇ କଥା ରଖିଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ:  କଥା ଦେଇ କଥା ରଖିଲେ ରାଜ୍ୟ ସରକାର ।  ବରଗଡ଼ ସୋହେଲାରେ ଆୟୋଜିତ ହେଉଛି ବିଶାଳ ଚାଷୀ ସମାବେଶ । ଓଡ଼ିଶାର ଧାନ ଚାଷୀଙ୍କୁ କ୍ବିଣ୍ଟାଲ୍ ପିଛା 800 ଟଙ୍କା ବୋନସ୍ ଦେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସୋହେଲାରେ ଉତ୍ସବର ପରିବେଶ ଥିବାବେଳେ ସାରା ଓଡ଼ିଶାର ଚାଷୀଙ୍କ ମନରେ ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କା ପାଇବାକୁ ନେଇ ନାହିଁ ନ ଥିବା ଉତ୍ସାହ। ଚାଷୀଙ୍କୁ 100 ଟଙ୍କା ବୋନସ୍ ଦେବେ କହି ଯେଉଁ ସୋହେଲାରେ ଚାଷୀଙ୍କୁ ଠକିଥିଲେ ନବୀନ ପଟ୍ଟନାୟକ ।

ସେହି ସୋହେଲାରୁ ଓଡ଼ିଶାର ଚାଷୀଙ୍କୁ 800 ଟଙ୍କା ବୋନସ୍ ଦେବାର ଶୁଭାରମ୍ଭ କରିବେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଇଛାପାଲି ପଡ଼ିଆରେ ଆୟୋଜିତ ହେବ ଚାଷୀ ସମାବେଶ  । ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ନେଇ ପୋଲିସ ପ୍ରଶାସନ ପକ୍ଷରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government kept its word | Argus News