ଜାନୁଆରୀ ୧୭ ପରି ଜାନୁଆରୀ ୨୨କୁ ଛୁଟି ଘୋଷଣା କରନ୍ତୁ ରାଜ୍ୟ ସରକାର
·2 years ago·1 min read

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନକୁ ଆସନ୍ତା 17 ତାରିଖରେ ସାରା ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ସେହି ଦିନକୁ ମଧ୍ୟ ରାଜ୍ୟରେ ଛୁଟି ଘୋଷଣା କରିବାକୁ ଦାବି କରିଛି ବିଜେପି। ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ କହିଛନ୍ତି, ତ୍ରେତୟା ଯୁଗରେ 14 ବର୍ଷ ପରେ ଶ୍ରୀରାମ ବନବାସରୁ ଫେରିବା ପରେ ସେ ସମୟରେ ଅଯୋଧ୍ୟାରେ ଦୀପାବଳି ପାଳନ କରାଯାଇଥିଲା।
ଏବେ ତ 500 ବର୍ଷ ପରେ ଅଯୋଧ୍ୟାରେ ବିରାଜମାନ କରିବେ ପ୍ରଭୁ ଶ୍ରୀରାମ। ପ୍ରତିଷ୍ଠା ହେବ ଶ୍ରୀରାମଙ୍କ ମନ୍ଦିର। ଏହା ସବୁ ସନାତନୀ ଓ ହିନ୍ଦୁଙ୍କ ପାଇଁ ଖୁସିର କଥା। ଏହାକୁ ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି। ଏଣୁ 22 ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରନ୍ତୁ ବୋଲି ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: