Videos
|
Odisha

ନ୍ୟାୟ ମାଗୁଥିବା ପରିବାରର କଣ୍ଠରୋଧ କଲେ ରାଜ୍ୟ ସରକାର

Manini Pattanayak
Browse all articles by Manini Pattanayak
·2 years ago·1 min read
ନ୍ୟାୟ ମାଗୁଥିବା ପରିବାରର କଣ୍ଠରୋଧ କଲେ ରାଜ୍ୟ ସରକାର

ଢେଙ୍କନାଳ:  ନ୍ୟାୟ ମାଗୁଥିବା ପରିବାରର କଣ୍ଠରୋଧ କଲେ ରାଜ୍ୟ ସରକାର। ଢେଙ୍କାନାଳରୁ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଯିବା ବେଳେ ଉଠାଇ ନେଲା ପୋଲିସ। ନ୍ୟାୟ ପାଇଁ ଲଢେଇ ପରିବାରର ସଦସ୍ୟ ପିହୁର ମାଆଙ୍କୁ 8 ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଲା ପୋଲିସ। ନିଖୋଜ ପିହୁକୁ ନ୍ୟାୟ ପାଇଁ ଅଧାଦିନ ଭୋକ ଉପାସରେ ଧାରଣାରେ ବସିଲେ ମା ମୋନାଲିସା। ସମ୍ବଲପୁରକୁ ଆଜି ମୋଦିଙ୍କ ଗ୍ରସ୍ତ ଥିବାରୁ ନ୍ୟାୟ ପାଇଁ ଲଢେଇ ପରିବାରର ସଦସ୍ୟ ମାନେ ମୋଦିଙ୍କୁ ଦେଖା କରିବା ପାଇଁ ଆସିଥିଲେ ।

ଢ଼େଙ୍କାନାଳ ସଦର ଥାନା ପୋଲିସ ରାତି ତିନିଟାରୁ ସେମାନଙ୍କୁ ଉଠାଇ ଆଣି ଗୋବିନ୍ଦପୁର ଫାଣ୍ଡିରେ ଅଟକାଇ ରଖିଥିଲା । ପିହୂର ମା ଏନେଇ ଫାଣ୍ଡି ସମ୍ମୁଖରେ ଧାରଣାରେ ବସିଥିବା ବେଳେ ତାଙ୍କୁ ଜୋର ଜବତ ଦସ୍ତ ଉଠାଇନେବାକୁ ଚେଷ୍ଟା କରିଥିଲା ପୋଲିସ । ସମସ୍ତଙ୍କୁ ପୋଲିସ ୮ ଘଣ୍ଟା ବସାଇଥିଲା । କାହିଁକି ଅଟକ ରଖାଗଲା ପଚାରିବାରୁ କୌଣସି ଉତ୍ତର ଦେଇ ପାରିନଥିଲେ ପୋଲିସ । ୨୦୨୦ ମସିହା ଅଗଷ୍ଟ ନଅ ତାରିଖରେ ଦାଣ୍ଡରେ ଖେଳୁଥିବା ସମୟରେ କେଉଁଆଡେ ନିଖୋଜ ହୋଇଥିଲା ୪ ବର୍ଷର ଝିଅ ପିହୁ । ପୋଲିସକୁ ଅଭିଯୋଗ କରିବାର ୪ ବର୍ଷ ପରେ ବି ଅପହରଣ କାରୀଙ୍କୁ ଧରି ପାରିଲା ନାହିଁ ପୋଲିସ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The state government silenced the family's demand for justice | Argus News